କରୋନା ମୁକାବିଲା ନେଇ ମନ୍ତ୍ରୀସ୍ତରୀୟ ବୈଠକ, ଆବଶ୍ୟକ ସାମଗ୍ରୀ କ୍ରୟ ଓ ମହଜୁଦ ଉପରେ ନିଷ୍ପତ୍ତି

Published By : Prameya-News7 Bureau | April 03, 2020 IST

ଭୁବନେଶ୍ୱର ୦୩।୦୪: କରୋନା ପାଇଁ ମନ୍ତ୍ରୀସ୍ତରୀୟ ବୈଠକ । ଲୋକସେବା ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ । ବୈଠକରେ କୋରୋନାକୁ ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଆଲୋଚନା ହୋଇଛି । ଏହାକୁ ମନ୍ତ୍ରୀ ସ୍ତରୀୟ କମିଟି ମଞ୍ଜୁରି ଦେଇଛି । ବିଶେଷ କରି ସ୍ଵାସ୍ଥ୍ୟ ବିଭାଗର PPE ସ୍ଵାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆବଶ୍ୟକ ହେଉଥିବାରୁ  ଏହାର ମହଜୁଦ ପାଇଁ ନିଷ୍ପତ୍ତି ହୋଇଛି ।

ବର୍ତ୍ତମାନ RMRC ,ଏମ୍‌ସ ,ଏସ୍‌ସିବିରେ କରୋନା ନମୁନା ପରୀକ୍ଷଣ ହୋଇପାରୁଛି । ଏହାପରେ ବୁର୍ଲା ଓ ରାଉରକେଲା ଆଜିଏଚ୍, MKCG ଓ ରାୟଗଡାରେ ବି ଟେଷ୍ଟିଂ ପାଇଁ ସୁବିଧା କରାଯିବ । ଏହାସହ  ଅନ୍ୟ ହସ୍ପିଟାଲରେ ରାଉରକେଲା ହାଇଟେକ୍ ମେଡିକାଲରେ ମଧ୍ୟ କୋଭିଡ୍ ହସ୍ପିଟାଲ ଖୋଲିବା ସହ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଅଙ୍ଗନବାଡିରେ ପଢୁଥିବା ପିଲାମାନଙ୍କ ଘରେ ଖାଦ୍ୟ ପହଞ୍ଚିବା ପାଇଁ ପହଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଖାଦ୍ୟ ୩୦ ଏପ୍ରିଲ ପର୍ଯ୍ୟନ୍ତ ଅଙ୍ଗନବାଡି ୱାର୍କର ମାନେ ପହଞ୍ଚାଇବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା  । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ନଗର ଉନୟନ ପ୍ରତାପ ଜେନା, ମହିଳା ଓ ଶିଶୁକଲ୍ୟାଣ ବିକାଶମନ୍ତ୍ରୀ ଟୁକୁନି ସାହୁ, ରାଜସ୍ବ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.