ନୀତିଶ କୁମାରଙ୍କ ମନ୍ତ୍ରୀଙ୍କ ବଡ ବୟାନ୍, ରିୟା ଚକ୍ରବର୍ତ୍ତୀଙ୍କୁ କହିଲେ ବଲିଉଡର 'ବିଷକନ୍ୟା'

Published By : Prameya-News7 Bureau | July 30, 2020 IST

ମୁମ୍ବାଇ ୩୦/୦୭ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ମୋଡ଼ ଆସିବାରେ ଲାଗିଛି | ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି ହୋଇଛି | ଅପରପକ୍ଷରେ ସୁଶାନ୍ତ ସିଂହଙ୍କ ପିତା କେ.କେ.ସିଂହଙ୍କ ବୟାନ ଓ ଲିଖିତ ଅଭିଯୋଗ ଆଧାରରେ ରିୟା ଚକ୍ରବର୍ତ୍ତୀ ସମେତ ୬ ଜଣଙ୍କ ବିରୋଧରେ ପାଟନା ରାଜୀବନଗର ଥାନାରେ ଏଫଆଇଆର ରୁଜ୍ଜୁ ହୋଇଛି | ମାମଲାରେ ବିହାର ସରକାରଙ୍କ ଯୋଜନା ଓ ବିକାଶ ମନ୍ତ୍ରୀ ମହେଶ୍ୱର ହଜାରୀ ମଧ୍ୟ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି | ସେ କହିଛନ୍ତି ରିୟା ଚକ୍ରବର୍ତ୍ତୀ କେବଳ ସୁପାରୀ କିଲର ନୁହେଁ ବରଂ ବଲିଉଡର ବିଷକନ୍ୟା ମଧ୍ୟ | କିଏ ଜାଣିଲା ସେ ଆଗକୁ ଆହୁରି କେତେଜଣଙ୍କୁ ନିଜ ମହତ୍ୱାକାଂକ୍ଷା ପୁରା କରିବା ଚକ୍କରରେ ହତ୍ୟା କରିବ | ଏହିଭଳି ସୁପାରୀ କିଲର ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ କହିଛନ୍ତି | ହଜାରୀ କହିଛନ୍ତି, ରିୟା ଚକ୍ରବର୍ତ୍ତୀଙ୍କୁ ବଞ୍ଚାଇବା ପାଇଁ ବଲିଉଡର ଏକ ଖାସ ଗ୍ୟାଙ୍ଗ ଓ ମୁମ୍ବାଇ ପୋଲିସ୍ର କିଛି ଲୋକ ଲାଗିଛନ୍ତି | ଏହିମାନଙ୍କ ପାଇଁ ରିୟା ସୁପାରୀ କିଲର ଭଳି କାମ କରୁଛି | ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସତ୍ୟ ପୋଲିସ ଖୋଜି ପାରିବନାହିଁ | ସେଥିପାଇଁ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି |

{"id":307547,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ମୁମ୍ବାଇ ପୋଲିସ ସମେତ ବଲିଉଡର କିଛି ନାମୀ ଲୋକଙ୍କ ଉପରକୁ ଆଙ୍ଗୁଳି ଉଠିଛି | ସେଥିପାଇଁ ଏହି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ବାରମ୍ବାର ଦାବି ହେଉଛି | ସୂତ୍ର ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅନୁମତିକ୍ରମେ ସୁଶାନ୍ତଙ୍କ ପିତା ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ମାମଲାର ତଦନ୍ତ ପାଇଁ ବିହାର ପୋଲିସର ୪ ସଦସ୍ୟ ଟିମ ମୁମ୍ବାଇ ଯାଇଛି | ମାମଲାର ସିବିଆଇ ତଦନ୍ତ ପାଇଁ ଜେଡିୟୁ, ବିଜେପି ଓ ରାଷ୍ଟ୍ରୀୟ ଜନତା ଦଳ ସମେତ ବିହାରର ତମାମ ଦଳ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.