ମିଳିଲାନି ବଡ଼ ଘର ଏବଂ ଭଲ କାର, ଇସ୍ତଫା ଦେଇଦେଲେ ସମାଜ କଲ୍ୟାଣ ମନ୍ତ୍ରୀ: କହିଲେ- ମୋତେ ମିଳିଲାନି, ଲୋକଙ୍କ ପାଇଁ କ’ଣ କରିଥାନ୍ତି

Published By : Prameya-News7 Bureau | July 01, 2021 IST

ପାଟନା ୧/୦୭: ବିହାରର ନୀତିଶ କୁମାରଙ୍କ ସରକାରକୁ ବଡ଼ ଝଟକା ଲାଗିଛି । ବିହାର ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ମଦନ ସହାନୀ ଇସ୍ତଫା ଦେଇଛନ୍ତି। ସମାଜର କଲ୍ୟାଣ ପାଇଁ ମନ୍ତ୍ରୀ ପଦରେ ବସିଥିବା ମଦନ ସହାନୀ ନିଜର କଲ୍ୟାଣ ହୋଇପାରିଲା ନାହିଁ ବୋଲି ଇସ୍ତଫା ଦେଇଥିବା ଜଣାପଡ଼ିଛି । ଭାବିଥିଲେ ମନ୍ତ୍ରୀ ହୋଇ ବିଳାଶପୂର୍ଣ୍ଣ ଜୀବନ ବିତାଇବେ । ବଡ଼ ଘର, ଭଲ କାର ସାଙ୍ଗକୁ ଚାକର ବାକର ତାଙ୍କ ଆଗ ପଛରେ ରହିବେ । କିନ୍ତୁ ଏମିତି କିଛି ହୋଇପାରିଲା ନାହିଁ। ଫଳରେ ଲୋକଙ୍କ କଲ୍ୟାଣକୁ ଭୁଲି ଇସ୍ତଫା ଦେଇଛନ୍ତି ବିହାର ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ।

ଗାଡ଼ି ଏବଂ ଘର ଭଲ ନମିଳିବା ନେଇ ଅଭିଯୋଗ କରି ମଦନ ସହାନୀ ଇସ୍ତଫା ଦେଇଛନ୍ତି। କିନ୍ତୁ ଏମିତି ବୟାନ ଉପରେ ଲୋକେ ଭୁଲ ବୁଝିବେ ବୋଲି ଚିନ୍ତା କରି ସେ ସଫେଇ ମଧ୍ୟ ଦେଇଛନ୍ତି। ତାଙ୍କ ମତରେ ଭଲ କାର ଏବଂ ବଡ଼ ଘର ନମିଳିଲେ ଲୋକଙ୍କ ସେବା କରିପାରିବେ ନାହିଁ। ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସୁଦ୍ଧା ନୀତିଶ କୁମାରଙ୍କ ସହ ରହିବେ ବୋଲି କହିଛନ୍ତି ମଦନ ସହାନୀ।

 ସେ ଏଏନଆଇକୁ କହିଛନ୍ତି, ‘ମୋତେ ଯେଉଁ ଗାଡ଼ି ଏବଂ ଘର ମିଳିଛି ମୁଁ ଏଥିରେ ସନ୍ତୁଷ୍ଟ ନାହିଁ। କାରଣ ଯଦି ମୁଁ ଲୋକଙ୍କୁ ସେବା କରିପାରିବି ନାହିଁ , ଯଦି  ଅଧିକାରୀ ମୋ କଥା ମାନିବେନି ତେବେ ଲୋକଙ୍କ କାର୍ଯ୍ୟ ହୋଇପାରିବ ନାହିଁ। ଯଦି ଲୋକଙ୍କ କାର୍ଯ୍ୟ ହେବନି ତେବେ ମୋର ମନ୍ତ୍ରୀ ପଦ ଦରକାର ନାହିଁ।’ ଏହା ସହ ଟ୍ରାନ୍ସଫର ପୋଷ୍ଟିଂକୁ ନେଇ ସହାନୀ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ନୀତିଶ କୁମାର ନିକଟତମ ଅଧିକାରୀମାନେ ବହୁ ସମ୍ପତ୍ତି ରଖିଛନ୍ତି। ନୀତିଶ କୁମାରଙ୍କ ପାଖ ଲୋକ ବୋଲି କୁହାଯାଉଥିବା ଚଞ୍ଚଲ କୁମାରଙ୍କ ସମ୍ପତ୍ତି ଯାଞ୍ଚ କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ଗଣମାଧ୍ୟକମୁ ସାହନୀ କହିଛନ୍ତି, ଅନେକ ଦିନ ହେଲା ଆମେ ନିର୍ଯାତନା ଭୋଗ କରୁଛୁ। କିନ୍ତୁ ଏବେ ବରଦାସ୍ତ କରିହେଉନାହିଁ। ତେଣୁ ମୁଁ ଇସ୍ତଫା ଦେବାକୁ ସ୍ଥିର କରିଥିଲି।  ଯଦି କାହାର କାର୍ଯ୍ୟ କରିପାରିବ ନାହିଁ ତେବେ କେବଳ ସୁବିଧା, ସୁଯୋଗ ନେବା ମଧ୍ୟ ଉଚିତ ନୁହେଁ । ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଦଳରେ ରହି କାର୍ଯ୍ୟ କରିବେ ବୋଲି ମଦନ ସହାନୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.