ମନ୍ତ୍ରୀ ପରିଷଦ ବୈଠକ:୧୨,୭୬୮କୋଟି ଟଙ୍କାର ଅତିରିକ୍ତ ବଜେଟ ହେଲା ଅନୁମୋଦନ

Published By : Prameya-News7 Bureau | August 23, 2018 IST

ଭୁବନେଶ୍ୱର ୨୩/୮:ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକ ସରିଛି। | ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨,୭୬୮କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି। | ସେପ୍ଟେମ୍ବର ୪ତାରିଖରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅତିରିକ୍ତ ବଜେଟ୍ ଆଗତ କରିବେ। ବୈଠକ ପରେ ଅର୍ଥମନ୍ତ୍ରୀ ଶଶୀଭୂଷଣ କହିଛନ୍ତି ଯେ ସ୍ବାଭାବିକ ଭାବେ ଗତବର୍ଷଠାରୁ ଚଳିତବର୍ଷ ଅଧିକ ଅର୍ଥ ବରାଦ କରାଯାଇଛି।ନୂଆ ଯୋଜନା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ଆଶାକର୍ମୀଙ୍କ ପାଇଁ ନୂତନ ବ୍ୟବସ୍ଥା ଆଦି ଯୋଜନା ପାଇଁ ଏଥିରେ ବ୍ୟୟବରାଦ ହୋଇଛି।ତେବେ ସବୁ ବିଭାଗ ସେମାନଙ୍କ ଖର୍ଚ୍ଚ ଠିକ୍ ଭାବେ ସମାପନ କରିଛନ୍ତି କି ନାହିଁ ଏବଂ ୟୁସି ଦାଖଲ କରୁଛନ୍ତି କି ନାହିଁ ତାଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି।ଦରକାର ପଡିଲେ ଷ୍ଟେଟ୍ ରିଜର୍ଭ ଫଣ୍ଡରୁ ଅର୍ଥ ଅଣାଯାଇ ଆବଶ୍ୟକ ହେଉଥିବା ଖର୍ଚ୍ଚ ଭରଣା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.