Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଅକ୍ଷୟ ତୃତୀୟାରେ ଲଙ୍ଗଳ ଧରିଲେ ମନ୍ତ୍ରୀ

26/04/2020 at 9:49 PM

ଭୁବନେଶ୍ବର୨୬/୪: ବୈଶାଖ ଶୁକ୍ଲ ତୃତୀୟା ବା ଅକ୍ଷୟ ତୃତୀୟା । ଚାଷୀମାନଙ୍କ ପାଇଁ ଏକ ମହାନ ପର୍ବ । ଅକ୍ଷୟ ତୃତୀୟାରେ ମାଟି ମାଆକୁ ପୂଜା କରି ଚାଷୀପୁଅ ଅଖିମୁଠି ଅନୁକୂଳ କରେ । ଗତବର୍ଷ ଫୋନି ଯୋଗୁଁ ଫିକା ପଡ଼ିଥିଲା ଅକ୍ଷୟ ତୃତୀୟା, ଆଉ ଏଥର କରୋନା କଟକଣା ଭିତରେ ଚାଷୀ ଅଖିମୁଠି ଅନୁକୂଳ କରିଛି ।

କରୋନା ଭୟ ଭିତରେ ପାଳନ ହୋଇଛି ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିଛି ଚଷାପୁଅ। ଗତବର୍ଷ ଫନି ଯୋଗୁଁ ଫିକା ପଡ଼ିଥିଲା, ଆଉ ଏଥର କରୋନା କଟକଣା ଭିତରେ କେବଳ ପ୍ରଥା ପାଳନ ହୋଇଛି । କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ନୟାଗଡ଼ରେ ଅଖିମୁଠି ଅନୁକୂଳ କରିଛନ୍ତି । ପୂଜାପାଠ ପରେ ମନ୍ତ୍ରୀ ବିହନ ବୁଣିବା ସହ ଲଙ୍ଗଳ ଧରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ।

ଆଠଗଡ଼ର ଗଦାଧରପୁର ଗାଁରେ ନିରାଡ଼ମ୍ବର ଭାବେ ଭୂମି ପୂଜନ ସହ ଅଖିମୁଠି ଅନୁକୂଳ କରିଥିଲେ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। କରୋନା ଯୋଗୁଁ ଏଥର ସରକାରୀ ଭାବେ ଅକ୍ଷୟ ତୃତୀୟା ପାଳନ କରାଯାଇନାହିଁ । ତେବେ ବିଭିନ୍ନ ଦଳର ନେତା  ସାମାଜିକ ଦୂରତା ରକ୍ଷାକରି ଅଖିମୁଠି ଅନୁକୂଳ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଜାମୁକୋଳିଠାରେ ଚାଷ କାମ ଶୁଭାରମ୍ଭ କରିଥିଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ମୁଁହରେ ମାସ୍କ ବାନ୍ଧି ଧାନ ବୁଣିବା ସହ ହଳ କରିଥିଲେ ସୁର ।

ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷ ଚାଷୀ ପାଇଁ ସମୃଦ୍ଧିର ବର୍ଷ ହେଉବୋଲି ଆଶା କରିବା ସହ କୃଷିକାର୍ଯ୍ୟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ ବେଳେ ଚାଷୀ ଭାଇମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଆଉ ଗାମୁଛା ବାନ୍ଧିଥିବାର ଦେଖିବାକୁ ମିଳିଥିଲା ।

ଅକ୍ଷୟ ତୃତୀୟାରେ ସମସ୍ତ ଶୁଭକାର୍ଯ୍ୟର ଅନୁକୂଳ ହୋଇଥାଏ । ଗୃହ ନିର୍ମାଣ,  ବିବାହ, ନୂର୍ତନ ଗୃହ ପ୍ରବେଶ, ନୌକା ଗଠନ, ମନ୍ଦିର ପ୍ରତିଷ୍ଠା ହୋଇଥାଏ। ଅକ୍ଷୟ ତୃତୀୟାରେ ସୁନା କିଣିଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ବାସ ରହିଛି । ଲକ୍ ଡାଉନ୍ ଭିତରେ ବି ସୁନା କିଣିବାର ମୋହ କିନ୍ତୁ ଫିକା ପଡ଼ିନଥିଲା । ଅନ୍ ଲାଇନରେ ଅନେକ ଆଜି ସୁନା କିଣିଛନ୍ତି ।

   Related Posts