Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କଣ୍ଟାବାଞ୍ଜି ବିଧାୟକଙ୍କ ଅଭିଯୋଗକୁ ନେଇ ସଫେଇ ଦେଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କହିଲେ ମୋ ବିରୁଦ୍ଧରେ ହେଉଛି ଷଡ଼ଯନ୍ତ୍ର

1/11/2021 at 5:48 PM

କଳାହାଣ୍ଡି, ୦୧/୧୧:  ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ପୁଣିଥରେ ମୁହଁ ଖୋଲିଛନ୍ତି ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଣିଥିବା ଅଭିଯୋଗର ସେ ଉତ୍ତର ରଖିଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି ଯେ, ବିଧାୟକ ଯେଉଁ ଆକ୍ଷେପ ଲଗାଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ସାଲୁଜା ଯେଉଁ ୨୦ରୁ ୨୩ ତାରିଖ କଥା ଉଲ୍ଲେଖ କରିଛନ୍ତି, ସେ ଅନୁସାରେ ସେପ୍ଟେମ୍ବର ମାସରେ ମୁଁ ରାୟପୁରରେ ଥିଲି । କିନ୍ତୁ ମୁଁ ୨୧ ତାରିଖ ରାତିରେ କଣ୍ଟାବାଞ୍ଜିରେ ଥିଲି ।

୨୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ପାଟଣାଗଡରେ ଉଦବୋଧନ ଦେଇଛି ଏବଂ ୨୫ ତାରିଖ ପର୍ଯ୍ୟନ୍ତ ମୁଁ ତାଙ୍କରି ଘରେ ତାଙ୍କରି ଗାଁରେ କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ପ୍ରତ୍ୟେକ ପଞ୍ଚାୟତରେ ଭ୍ରମଣ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବାଣ୍ଟୁଥିଲି । ଏଇଟା ହାସ୍ୟାସ୍ପଦ – ଦୁର୍ଭାଗ୍ୟଜନକ । ଆଉ ଏ ଷଡ଼ଯନ୍ତ୍ର ବନ୍ଦ ହଉ । ଯୋଉଁଟା ସତ, ସେଇଟା ସବୁବେଳେ ସମ୍ପୂର୍ଣ୍ଣ ସତ୍ୟ ରହିବ । ଏଇ ଘଟଣାରେ ମୋର କୌଣସି ନା କୌଣସି ତିଳେ ମାତ୍ର ସମ୍ପର୍କ ନାହିଁ । ଏଇଟା ମୁଁ ବାରମ୍ବାର କହିଛି ସବୁବେଳେ କହିବି ବୋଲି ଏକ ଭିଡିଓ ଜାରି କରି ସେ ସଫେଇ ଦେଇଛନ୍ତି ।

   Related Posts