ଡଙ୍ଗାରୁ କାଖେଇ ନେଇ ମନ୍ତ୍ରୀଙ୍କୁ କୂଳରେ ଛାଡ଼ିଲେ ମତ୍ସ୍ୟଜୀବୀ, ଖୁବ ଭାଇରାଲ୍‌ ହେଉଛି ଭିଡିଓ

Published By : Prameya-News7 Bureau | July 08, 2021 IST

ଚେନ୍ନାଇ ୮/୦୭: ପାଣିକୁ ଡରିଲେ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ! ଡଙ୍ଗାରୁ କାଖେଇ କୂଳକୁ ଆଣିଲେ ମତ୍ସଜୀବୀ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ ତାମିଲନାଡୁର ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଅନୀତା ଆର ରାଧାକ୍ରିଷ୍ଣନଙ୍କୁ ମତ୍ସଜୀବୀ କାଖେଇ ସମୁଦ୍ର କୂଳରେ ଛାଡ଼ିଛନ୍ତି । 

ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଏକ ଧଳା ଜୋତା ପିନ୍ଧିଥିଲେ। ପାଣିରେ ଗୋଡ ରଖିଲେ ଜୋତା ଓଦା ହୋଇ ନଷ୍ଟ ହୋଇଯିବା ଭୟରେ ମନ୍ତ୍ରୀ ପାଣିକୁ ଗୋଡ ବଢ଼ାଇବାକୁ ବି କୁଣ୍ଠା ପ୍ରକାଶ କରିଥିଲେ । ଏହାକୁ ଦେଖି ଶିଶୁଟିକୁ ମା’ ଯେମିତି କୂଳରେ ଧରେ ଠିକ ସେହିଭଳି ଭାବେ ମନ୍ତ୍ରୀଙ୍କୁ କାଖେଇ ନେଇଯାଇଥିଲେ ମତ୍ସ୍ୟଜୀବୀ। ସମୁଦ୍ର ଜଳରେ ମୂର୍ତ୍ତିକା କ୍ଷୟ ନେଇ ସମୀକ୍ଷା କରିବାକୁ ମନ୍ତ୍ରୀ ଡଙ୍ଗା ଯୋଗେ ପାଲଭରକେଡୁ ଗସ୍ତ କରିଥିଲେ।

ସେଠାରେ ହିଁ ଏମିତି ଘଟିଥିଲା। ୬୮ ବର୍ଷୀୟ ମନ୍ତ୍ରୀ ଡଙ୍ଗାରେ ପାଲଭରକେଡୁ ପାଖରେ ପହଞ୍ଚିବା ପରେ ତଳକୁ ଚାହିଁ ଦେଖିଲେ ଯଦି ସେ ପାଣିରେ ଗୋଡ ରଖିବେ ତେବେ ତାଙ୍କ ଧଳା ଜୋତା ଓଦା ହୋଇଯିବ। ତେଣୁ କୂଳରେ ପହଞ୍ଚିବା ପାଇଁ ତାଙ୍କୁ ଜଣେ ମତ୍ସ୍ୟଜୀବୀ ନେଇଯାଇଥିଲେ। ମନ୍ତ୍ରୀଙ୍କୁ ସହାୟତା କରିବାକୁ ପାଖରେ ଅନ୍ୟମାନେ ଘେରି ରହିଥିଲେ।  ସାମାନ୍ୟ ଜୋତା ଓଦା ହୋଇଯିବା ଭୟରେ ପାଣିକୁ ନଓହ୍ଳାଇବାକୁ ନେଇ ମନ୍ତ୍ରୀଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ୍‌ ହେଉଛି।

wp:embed {"url":"https://twitter.com/ShivAroor/status/1413027522845966336","type":"rich","providerNameSlug":"twitter","responsive":true,"className":""}
https://twitter.com/ShivAroor/status/1413027522845966336
/wp:embed wp:embed {"url":"https://twitter.com/SudeepC11/status/1413030716644872204","type":"rich","providerNameSlug":"twitter","responsive":true,"className":""}
https://twitter.com/SudeepC11/status/1413030716644872204
/wp:embed

wp:embed {"url":"https://twitter.com/amarbutala/status/1413032646507065346","type":"rich","providerNameSlug":"twitter","responsive":true,"className":""}
https://twitter.com/amarbutala/status/1413032646507065346
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.