କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ସର୍ବସମ୍ମୁଖରେ ହେଲେ ହଟହଟା, ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେଲେ ସାମାଜିକ କର୍ମୀ, ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | November 15, 2019 IST

ନୂଆଦିଲ୍ଲୀ୧୫/୧୧: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ସର୍ବସମ୍ମୁଖରେ  ଅଶ୍ବିନୀ ନିଜ ସଂସଦୀୟ କ୍ଷେତ୍ର ବକ୍ସରରେ ହଟହଟା ହୋଇଛନ୍ତି। ସେ ଦେଇଥିବା ପ୍ରତିଶ୍ରୁତିକୁ ଲୋକେ ତାଙ୍କୁ ମନେ ପକାଇ ଦେଇଥିଲେ। ଏତିକିରେ ମନ୍ତ୍ରୀ ଅଶ୍ବିନୀ ଚୌବେ ରାଗି ଯାଇଥିଲେ। ସେଠାରେ ଉପସ୍ଥିତ ଲୋକଙ୍କ ସହିତ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

wp:core-embed/twitter {"url":"https://twitter.com/ANI/status/1195261690457313281","type":"rich","providerNameSlug":"twitter","className":""}
https://twitter.com/ANI/status/1195261690457313281
/wp:core-embed/twitter

ସୂଚନାଯୋଗ୍ୟ ଯେ  ବକ୍ସର ସର୍କିଟ୍‌ ହାଉସରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ପହଞ୍ଚିଥିଲେ। ସଦର ହସ୍ପିଟାଲରେ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ସାମାଜିକ କର୍ମୀ ଦାବି କରିଥିଲେ।  ହାତରେ ବ୍ୟାନର ଓ ପୋଷ୍ଟର ଧରି କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ପାଖରେ ସାମାଜିକ କର୍ମୀ  ନାରାବାଜି ଲଗାଇଥିଲେ।

ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାଗି ଯାଇ ଉପସ୍ଥିତ ସାମାଜିକ କର୍ମୀଙ୍କ ସହ ଯୁକ୍ତତର୍କ କରିଥିଲେ। ଦୁଇମାସ ତଳେ ବକ୍ସର ସଦର ହସ୍ପିଟାଲରେ ଡିଜିଟାଲ ଏକ୍ସ-ରେ ଓ ଅଲଟ୍ରାସାଉଣ୍ଡର ସୁବିଧା ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ମେସିନ ହସ୍ପିଟାଲରେ ପହଞ୍ଚି ସାରିଛି ହେଲେ ଏହାର ବ୍ୟବହାର ହେଉ ନାହିଁ।  ଏହି କଥାକୁ କେନ୍ଦ୍ରକରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ଓ ସାମାଜିକ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.