ମନ୍ତ୍ରୀ ନୁହଁ ନିଜକୁ ବାଣୀବିହାରର ଛାତ୍ର ବୋଲି ପରିଚୟ ଦେବା ସହ ଛାତ୍ରଙ୍କ ସହ ଫୁଟବଲ ଖେଳିଲେ ଅରୁଣ ସାହୁ

Published By : Prameya-News7 Bureau | November 22, 2019 IST

ଭୁବନେଶ୍ୱର ୨୨।୧୧ - ନଭେମ୍ବର ୨୩ ତାରିଖରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ପୁରାତନ ଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ଅଛି ।ମନ୍ତ୍ରୀ ଅରୁଣ ସାହୁ ଏହାର ପୁରାତନ ଛାତ୍ର ହୋଇଥିବାରୁ ପ୍ରତ୍ୟକ୍ଷଭାବେ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତୁତି ବିଷୟରେ ତଦାରଖ କରୁଛନ୍ତି। ମନ୍ତ୍ରୀ ଅରୁଣ ସାହୁ ନିଜକୁ ମନ୍ତ୍ରୀ ଅପେକ୍ଷା ବାଣୀ ବିହାରର ଛାତ୍ର ବୋଲି ପରିଚୟ ଦେବାକୁ ବେଶୀ ପସନ୍ଦ କରନ୍ତି ବୋଲି କହିଛନ୍ତି ।

{"id":188438,"sizeSlug":"large"}

ବାଣୀବିହାରର ପ୍ଲାଟିନମ୍ ଜୁବୁଲିକୁ ସଫଳ କରିବାପାଇଁ ଜଣେ ନେତା ନହୋଇ ଜଣେ ଛାତ୍ର ଭାବେ ଲାଗିପଡିଛନ୍ତି ଅରୁଣ । ସବୁ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରୁଛନ୍ତି, ପଡିଆରେ ସମସ୍ତଙ୍କ ସାଙ୍ଗରେ ଫୁଟବଲ୍ ଖେଳୁଛନ୍ତି । ଏକଦା ଏଇଠି ପାଠପଢି ଏବେ ରାଜ୍ୟର ଜଣେ ସଫଳ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଛନ୍ତି ଅରୁଣ ସାହୁ । ତେଣୁ ପ୍ଲାଟିନମ୍ ଜୁବୁଲି ଉତ୍ସବର ଦାୟିତ୍ୱ ନିଷ୍ଠାପର ଭାବେ ସମ୍ଭାଳୁଛନ୍ତି ଅରୁଣ । ରାଜନୀତିର ଉଦ୍ଧ୍ୱର୍କୁ ଉଠି ଉତ୍ସବରେ ଯୋଗ ଦେବାପାଇଁ ସମସ୍ତେ ସମ୍ମତି ପ୍ରକାଶ କରିଛନ୍ତି । ପ୍ଲାଟିନମ ଜୁବୁଲି କିଭଳି ସଫଳ ହେବ ସେଥିପାଇଁ ସମସ୍ତେ ଲାଗି ପଡିଥିବାବେଳେ ବାଣୀ ବିହାରରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ଆଉ ଏହି ପରିବେଶକୁ ଅଧିକ ରଙ୍ଗୀନ କରିଛି ଅରୁଣଙ୍କ ବ୍ୟକ୍ତିଗତ ଯୋଗଦାନ ।

{"id":188439,"sizeSlug":"large"}

୧୯୪୩ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ଏହି ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ତାହାର ପ୍ଲାଟିନମ ଜୁବୁଲିକୁ ଧୂମ୍ଧାମରେ କରୁଥିବାବେଳେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ସମ୍ମାନିତ ଅତିଥି ଭାବେ ଯୋଗଦେଵେ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.