ପରୀ ହତ୍ୟା ମାମଲା: ମନ୍ତ୍ରୀ ଅରୁଣ ସାହୁ କହିଲେ, ‘ମୁଁ ବ୍ୟଥିତ ଓ ମର୍ମାହତ, ଯିଏ ବି ଦୋଷୀ ସେ ଦଣ୍ଡ ପାଉ’
26/11/2020 at 4:53 PM

ଭୁବନେଶ୍ବର୨୬ /୧୧: ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ। ଏହି ଘଟଣାକୁ ନେଇ ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ। ଶେଷରେ ଗୃହରେ ବିବୃତ୍ତି ରଖିଥିଲେ ମନ୍ତ୍ରୀ। ସେ କହିଥିଲେ, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି।
ସେ ହିଂସାକୁ ବିରୋଧ କରନ୍ତି। ପରୀ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ ତଦନ୍ତ ହେବା ଉଚିତ୍। ଏହି ଘଟଣାରେ ଯେଉଁମାନଙ୍କ ସଂପୃକ୍ତି ଅଛି, ସେମାନେ ଦଣ୍ଡ ପାଇବା ଉଚିତ୍। ପରୀ ନ୍ୟାୟ ପାଇବା ସହ ସତ୍ୟ ଉନ୍ମୋଚନ ହେଉ ବୋଲି ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଅରୁଣଙ୍କ ବିବୃତି ବେଳେ ବି ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ। ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି।
ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଥିଲା ଗୃହ। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ। ବିଜେପିର ସଦସ୍ୟମାନେ ବ୍ୟାନର ଦେଖାଇ ହୋହଲ୍ଲା କରିଥିଲେ। ଅନ୍ୟପଟେ ପରୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଛି।