Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

କାଳିଆ ଯୋଜନା ହିତାଧିକାରୀ ତାଲିକାରେ ମନ୍ତ୍ରୀ, ବିଧାୟକ ଓ ସେମାନଙ୍କ ସମ୍ପର୍କୀୟଙ୍କ ନାଁ: ପଡିକାଡ ଦୁର୍ନୀତି ଭଳି ସ୍ଥିତି ଉପୁଜିବା ଆଶଙ୍କା

30/01/2019 at 6:33 PM

ଭୁବନେଶ୍ବର୩୦|୧: କାଳିଆ ଯୋଜନାକୁ ନେଇ କନଫ୍ୟୁଜନ। ହିତାଧିକାରୀଙ୍କ ଡ୍ରାଫ୍ଟ ଲିଷ୍ଟରେ ମନ୍ତ୍ରୀ ଓ ରାଜନେତାଙ୍କ ସଂପର୍କୀୟଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସରକାର ଏହାକୁ ସାଧରଣ ଡ୍ରାଫ୍ଟ ଲିଷ୍ଟ କହିଥିବା ବେଳେ ବିରୋଧୀ ଏହାକୁ ନିର୍ବାଚନ ପୂର୍ବରୁ ଭୋଟ ହାତେଇବାକୁ ରାଜ୍ୟ ସରକାରଙ୍କ  ଅପପ୍ରୟାସ ବୋଲି କହିଛନ୍ତି ।…….

କାଳିଆ ଯୋଜନାରୁ କଣ ପ୍ରକୃତ ଚାଷୀ ବାଦ୍ ପଡିଯିବେ କି । ସରକାରୀ ଦଳର କିଛି ନେତା ଓ ମନ୍ତ୍ରୀ ନିଜ ସଂପର୍କୀୟଙ୍କ ନାଁରେ ଏହି ଯୋଜନାରୁ କଣ ଫାଇଦା ନେଇଯିବେ କି । କାଳିଆ ଯୋଜନାର ଡ୍ରାଫ୍ଟ ଲିଷ୍ଟରେ ମନ୍ତ୍ରୀ ଓ ରାଜନେତାଙ୍କ ସଂପର୍କୀୟଙ୍କ ନାଁ ପ୍ରକାଶ ପାଇଥିବା ଖବରକୁ ନେଇ ଏଭଳି ଆଶଙ୍କା ପ୍ରକାଶ କଲେଣି ବିରୋଧୀ ।  ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ, ମନ୍ତ୍ରୀ ନିରଂଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂ ଆଦି ନେତାଙ୍କ ପରିବାର ଲୋକଙ୍କ ନାଁ ତାଲିକାରେ ଥିବା ଚର୍ଚ୍ଚା ହେବାପରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ।

ନିର୍ବାଚନ ପୂର୍ବରୁ କାଳିଆ ମାଧ୍ୟମରେ ଭୋଟ ହାତେଇବା ଓ ଦଳୀୟ କର୍ମୀଙ୍କୁ ଉପକୃତ କରିବାକୁ ବିଜେଡି ମସୁଧା କରିଛି ସେପଟେ କିଛି ଥିଲାବାଲା କାଳିଆ ଟଙ୍କା ଲୁଟ କରିବାକୁ ଜାଲ ପକେଇଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । କାଳିଆ ଯୋଜନାକୁ  ପଡ଼ିକାର୍ଡ ଦୁର୍ନୀତି ସହ ଯୋଡିଛି ବିଜେପି । କାଳିଆ ଯୋଜନାକୁ ନେଇ ଦଳ ଯାହା ପୂର୍ବାନୁମାନ କରାଯାଇଥିଲା ତାହା ସତ ହୋଇଛି ବୋଲି କହିଛି ବିଜେପି ।

ପ୍ରଶ୍ନ ଉଠୁଛି କାଳିଆ ଯୋଜନାରେ  ହିତାଧିକାରୀ ଲିଷ୍ଟରେ ନାଁ ଥିବା ସମସ୍ତେ ଯୋଗ୍ୟ ଚାଷୀ କି? ମନ୍ତ୍ରୀଙ୍କ ସଂପର୍କୀୟଙ୍କ ନାଁ ଚର୍ଚ୍ଚା ହେବା ପରେ ବହୁ ସଂଖ୍ୟାରେ ଅଣହିତାଧିକାରୀ ଲୋକ ଏଥିରେ ଫାଇଦା ମାରୁଥିବା ଅଭିଯୋଗ ଆସିଛି।  ଏମାନଙ୍କ ଆକାଉଣ୍ଟରେ ପ୍ରଥମ ପର୍ଯ୍ୟାୟରେ କାଳିଆ ଯୋଜନା ବାବଦ ଅର୍ଥ ଜମା ହୋଇଛି କି ନାହିଁ  ।

 ଯଦି ଏମାନେ ହିତାଧିକାରୀ ପାଇଁ ଯୋଗ୍ୟ ବିବେଚିତ ନୁହନ୍ତି ଏମାନେ ଟଙ୍କା ଫେରସ୍ତ କରିବେ ନା ନାହିଁ । ଏମାନଙ୍କ ନାଁ କାଳିଆ ଯୋଜନା ଲିଷ୍ଟରୁ ହଟାଯିବା ପାଇଁ ସରକାରୀ ପ୍ରକ୍ରିୟା କଣ ତାହା ଅସ୍ପଷ୍ଟ ରହିଛି । ବିଜେଡିର ଯୁକ୍ତି, କାଳିଆ ୱେବ ସାଇଟ୍‌ରେ ପ୍ରକାଶିତ ଲିଷ୍ଟ ଏକ ଡ୍ରାଫ୍ଟ ଲିଷ୍ଟ। ବିଭିନ୍ନ ସମୟରେ ଚାଷୀ ହିସାବରେ ବିଭିନ୍ନ ଯୋଜନାରେ ଉପକୃତ ହୋଇଥିବା ବା ହିତାଧିକାରୀଙ୍କ ନାଁ ଡ୍ରାଫ୍ଟ ଲିଷ୍ଟରେ ସାମିଲ ଥିଲା। ଏହାଛଡ଼ା ଜଣେ ମନ୍ତ୍ରୀ ବା ରାଜନେତାଙ୍କ ସଂପର୍କୀୟ ଚାଷୀ ହେବା କିଛି ଭୁଲ ନୁହେଁ।

କାଳିଆ ଯୋଜନାକୁ ସରକାର ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ପୁରା ଦମ୍ ରେ ମାତିଛନ୍ତି । କିନ୍ତୁ ଏହି ଯୋଜନା ଯଦି ରାସନ କାର୍ଡ ବଣ୍ଟା ଅବ୍ୟବସ୍ଥା ଭଳି ହୁଏ ତାହାଲେ କଥା ସରିଲା । ନିର୍ବାଚନ ବେଳେ ଏହାର ପ୍ରଭାବ ଯେ ପଡିବ ତାହା ଏଡାଇ ଦିଆଯାଇ ନପାରେ । ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ନାଁ କାଳିଆ ତାଲିକାରେ ଥିବା ଜାଣିବା ପରେ ଏଥିରୁ ଓହରି ଯିବାକୁ ଆବେଦନ କରିଛନ୍ତି । ସେମିତି ଯୋଜନା ଲୁଟେରାଙ୍କର ଭାଳେଣି ବଢ଼ିବା ସ୍ବାଭାବିକ। ଖାଦ୍ୟ ସୁରକ୍ଷା କେଳେଙ୍କାରୀ ଭଳି ଏଠିବି ଆରମ୍ଭ ହୋଇପାରେ ଆକ୍ସନ। .….

   Related Posts