Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ବିଧାନସଭାରେ ଖଣି ଦୁର୍ନୀତି ତାତି : ଖଣି ମାଫିଆ ଓ ଅଫିସରଙ୍କୁ ଟାର୍ଗେଟ କରି ସରକାରଙ୍କୁ ଘେରିଲେ ବିରୋଧୀ, ସବୁ ଗାଇଡଲାଇନ୍ ଅନୁସାରେ ହୋଇଛି-ବିଜେଡ଼ି

5/10/2020 at 12:42 PM

ଭୁବନେଶ୍ୱର ୦୫।୧୦: ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ ଆରମ୍ଭରୁ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଲକ୍ଷେ କୋଟି ଟଙ୍କା ଖଣି ମାଫିଆ ଓ ଅଫିସର ଲୁଟି ନେଇଛନ୍ତି।  ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରମ୍ବାର ଚିଠି ଲେଖିଛି, ହେଲେ ଚିଠି ପ୍ରାପ୍ତି ସ୍ବୀକାର ମିଳୁନି।

ଖଣି ଲିଜ ନବୀକରଣ ଓଡିଶା ପାଇଁ ଆତ୍ମଘାତୀ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ସିରାଜୁଉଦିନ କମ୍ପାନୀ ନାଁରେ ଭିଜିଲାନ୍ସ ମାମଲା ହେଲା ପରେ ବି ତାଙ୍କୁ କିପରି ଲିଜ ମିଳିଲା । ରୁଙ୍ଗଟା ମାଇନ୍ସ ନାଁରେ ବି MMDR ଆକ୍ଟରେ ମାମଲା ରହିଛି । ସେମାନଙ୍କ ନାଁରେ କିପରି ଖଣି ଲିଜ୍ ନବୀକରଣ ହେଲା ବୋଲି ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।

ସେହିପରି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ୯ ଟି ଖଣିରେ ୩୬ଶହ କୋଟି ରାଜସ୍ବ କ୍ଷତି ହୋଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ । ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଖଣି ନିଲାମ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ହୋଇଛି, କିଛି ଲୁଚାଯାଉନାହିଁ।

   Related Posts