Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସରକାରଙ୍କ ଆଇନ୍‌କୁ ବୁଲେଇ ଚୂନ ମାରୁଛନ୍ତି ଖଣି ଲିଜ୍‌ଧାରୀ

16/07/2020 at 8:27 PM

ଭୁବନେଶ୍ବର୧୬/୭: ସରକାରଙ୍କ ଆଇନକୁ ବୁଲେଇ ସରକାରଙ୍କୁ ଚୂନ ମାରୁଛନ୍ତି ଖଣି ଲିଜ୍‌ ଧାରୀ। ନିଜେ ମାଲାମାଲ ହେଉଛନ୍ତି କିନ୍ତୁ ରାଜସ୍ବ ହରାଉଛନ୍ତି ସରକାର । ମାଇନିଂ ଲିଜ୍‌ ଧାରୀ ତ୍ରୁଟିପୂର୍ଣ୍ଣ ଏବଂ ବେଆଇନ ପଦ୍ଧତି ଆପଣାଇବା ଫଳରେ ରାଜ୍ୟ ସରକାର ୨୦୧୯-୨୦ ରେ ହରାଇଛନ୍ତି ୫୭୪ କୋଟି ଟଙ୍କାର ରାଜସ୍ବ । ସ୍ବେଚ୍ଛାସେବୀ ସଂଗଠନ ମାସ୍ ଏମିତି ଏକ ସାଂଘାତିକ ଅଭିଯୋଗ ଆଣିଛି।

ଏନେଇ ଷ୍ଟିଲ ଏବଂ ମାଇନସ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ ଶର୍ମାଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଛି । ଯେଉଁଥିରେ ଦର୍ଶାଯାଇଛି ଲିଜଧାରୀ ମାନେ ବେଆଇନ ବାଟରେ ଟ୍ରାନଜିଟ ପରମିଟ୍ ହାତେଇ ନେଉଛନ୍ତି । ବିଭିନ୍ନ ଗ୍ରେଡର ଖଣି ଉତ୍ତୋଳନ ପରେ ଏହାକୁ ମହଜୁଦ ନକରି,  ଅନ୍ ଲାଇନ ଟ୍ରାଞ୍ଜିଟ ପାସ୍ ହାତେଇ ସିଧାସଳଖ ଦିଆଯାଉଛି । ଫଳରେ କେଉଁ ଗ୍ରେଡ଼ର କେତେ ଖଣି ଉତ୍ତୋଳନ ହୋଇଛି ଏବଂ ଏଥିପାଇଁ କେତେ ରୟାଲଟି ଦେବାକୁ ହେବ ତାର ହିସାବ ପାଇଁ ସୁଯୋଗ ମିଳୁନି । ଏହାଯୋଗୁ ସରକାରଙ୍କ ତହବିଲରୁ ଏକ ବଡ ରକମର  ଆର୍ଥିକ ଘାଟା ହୋଇଛି । ଏସବୁର ଅନୁଧ୍ୟାନ କରିବାକୁ ମାସ୍‌ ପକ୍ଷରୁ ଦାବି କରାଯାଇଛି। କୋଟି କୋଟି ଟଙ୍କା ହାତେଇଥିବା ଖଣି ଲିଜ୍‌ଧାରୀଙ୍କଠାରୁ ଫାଇନ ଆଦାୟ କରିବାକୁ ମଧ୍ୟ ଦାବି କରିଛନ୍ତି।

ଖଣି ଅଞ୍ଚଳ ଯାଇ, ସାମ୍ପଲ କଲେକ୍ସନ କରି, ତାକୁ ଲାବୋରେଟୋରୀ ପଠାଇ ଗ୍ରେଡ୍ ଟେଷ୍ଟ କରିବା ଏବଂ ସେହି ଅନୁସାରେ ରୟାଲଟି କେତେ ହେବ ସ୍ଥିର କରି ଖଣିଜ ସାମଗ୍ରୀ ବିକିବାକୁ ଅନୁମତି ଦେବାରେ ଲାଗିବ ଅତିକମ୍ ରେ ୨୦ ଦିନ । କିନ୍ତୁ ଏହା ନକରି କିଛି ଖଣି ଅଧିକାରୀ  ମାଇନିଂ ଲିଜ୍ ଧାରୀ ଙ୍କ ସହ ମିଲି ଭଗତରେ ମାତ୍ର ଦିନକ ଭିତରେ ଟ୍ରାନଜିଟ ପରମିଟ ହାତଉଛନ୍ତି। କମ୍‌ ଗ୍ରେଡର ଖଣିଜ ଦ୍ରବ୍ୟ ଦର୍ଶାଇ ହାଇ ଗ୍ରେଡ ଖଣିଜ ଦ୍ରବ୍ୟ ପରିବହନ କରାଯାଉଛି। ତେଣୁ ଡ୍ରୋନ ଟେକ୍ନୋଲୋଜି ମାଧ୍ୟମରେ ଏହାର ସର୍ଭେ କରିବାକୁ ଦାବି ହୋଇଛି।   ୨୦୧୯-୨୦୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖଣିଲିଜ୍ ରୁ ୧୧ହଜାର ୧୯କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି ।  କିନ୍ତୁ ଖଣିଜ ପଦାର୍ଥର ଗ୍ରେଡ୍ ହେରଫେର କରାଯାଇନଥିଲେ ଏହାଠାରୁ ବେଶ ଅଧିକ ରାଜସ୍ବ ଆଦାୟ ହୋଇ ପାରିଥାନ୍ତା ବୋଲି କୁହାଯାଇଛି ।

ବେଆଇନ ପରିବହନ ଏବଂ ମହଜୁଦ ରୋକିବା ଦିଗରେ ପଦକ୍ଷେପ ସହ ଖଣି ଅଞ୍ଚଳର ଅନୁଧ୍ୟାନ କରିବା, ଟେକନୋଲୋଜିର ସହାୟତା ନେବା ଏବଂ ଖଣି ଲିଜଧାରୀଙ୍କଠାରୁ କ୍ଷତି ଭରଣା ଆଦାୟ କରିବାକୁ ବିଭିନ୍ନ ଆଡୁ ଦାବି ହେଉଛି ।ଏହା ହେଲେ ସରକାର ଖଣିରୁ ଆହୁରି ଅଧିକ ରାଜସ୍ବ ଆଦାୟ କରିପାରିବେ ବୋଲି କୁହାଯାଉଛି ।

   Related Posts