ଖଣିରେ ଧସିଲା ମାଟି ଅତଡ଼ା : ଚାଲିଗଲା ୬ଜୀବନ, ଦବି ରହିଛନ୍ତି ଅନେକ

Published By : Prameya-News7 Bureau | June 13, 2020 IST

ଭୋପାଳ ୧୩।୦୬:  ଦାଉ ସାଜିଲା ମାଟି ଅତଡା । କାମ କରୁଥିବା ବେଳେ ଖସି ପଡିଲା ମାଟି ଅତଡା ।  ଶନିବାର ଦିନ ମଧ୍ୟପ୍ରଦେଶର ଶାହଦୋଲରେ ଏକ ଖଣିରୁ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ ହୋଇଛି ।   ଶାହଦୋଲରେ ଥିବା ଧଳାମାଟି ଖଣି ମାଟି ଅତଡା ଖସିଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଚାରି ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ତେବେ ମାଟି ଅତଡା ଖସିବା ଦ୍ୱାରା କିଛି ଲୋକ ତଳେ ଚାପି ହୋଇ ରହିଥିବା ଆଶଙ୍କା ମଧ୍ୟ କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  ସେପଟେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ଘଟଣାରେ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶିର ଘୋଷଣା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।

{"id":285631,"sizeSlug":"large"}

ମଧ୍ୟପ୍ରଦେଶର ବିହୁରି ପୋଲିସ ଷ୍ଟେସନର ପାପରେଡି ଗାଁରେ ଘଟିଛି ।  ଖଣିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏଠାରେ ପ୍ରଶାସନ ଜେସିବି ମେସିନ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କିନ୍ତୁ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ସ୍ଥାନୀୟ ଜିଲ୍ଲାପାଳ ସତ୍ୟେନ୍ଦ୍ର ସିଂ ଏବଂ ଏସପି ସତ୍ୟେନ୍ଦ୍ର ଶୁକ୍ଲା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣା କିପରି ଘଟିଲା ତାହାର ମଧ୍ୟ ତଦନ୍ତ ଜାରି ରହିଛି । ସେପଟେ  ଗୁରୁତର ଥିବା ଲୋକମାନଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ଆବଶ୍ୟକ ପଡିଲେ ଉଦ୍ଧାରକାର୍ଯ୍ୟ ପାଇଁ ଅଧିକ ଦଳ ଯୋଗାଡ କରାଯିବା ବୋଲି ସୂଚନା ରହିଛି ।  

wp:html /wp:html

ସୂଚନାଯୋଗ୍ୟ ଯେ, ଅଘଟଣ ଘଟିଥିବା ଅଞ୍ଚଳରେ ଅବୈଧ ରୂପରେ ଖଣି ଖୋଳା ଚାଲିଥିଲା । ନିଜ ଜମିରେ ବେଆଇନ ଭାବରେ ଖଣି ଖନନ କାର୍ଯ୍ୟ ଚାଲୁରହିଥିଲା । ଗାଁଲୋକେ ଏଠାରୁ ମାଟି ଖୋଳି ନିଜ କାମରେ ଲଗାଇଥାନ୍ତି । ବେଆଇନ୍‌ ଭାବେ ଏଠାରୁ ମଧ୍ୟ ବେପାରୀଙ୍କୁ ବିକ୍ରି କରାଯାଇଥାଏ ବୋଲି ସୂଚନା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.