ପ୍ରବଳ ଜାଡରେ ଥରୁଛି ଉତ୍ତର ଭାରତ ; ଦିଲ୍ଲୀରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ

Published By : Prameya-News7 Bureau | December 20, 2018 IST

ନୂଆଦିଲ୍ଲୀ ୨୦|୧୨:  ଉତ୍ତର ଭାରତରେ ଶୀତର ଲହରୀ । ଫଳରେ ଅନେକ ସ୍ଥାନରେ ତାପମାତ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିବା ସହ ଜନଜୀବନ ପ୍ରଭାବିତ ହୋଇଛି ।  ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏପରିକି କେତେକ ସ୍ଥାନରେ ବରଫ ପାତ ହେଉଥିବା ଦେଖିବାକୁ ମିଳିଛି । ରାଜସ୍ଥାନ ଜୟପୁରରେ ସର୍ବନିମ୍ନ ତାପମାତ୍ର ୭.୧ ଡିଗ୍ରୀ ରେକର୍ଡ କରାଯାଇଛି । ପଞ୍ଜାବ ଅମୃତସରରେ ୩.୬ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଦିଲ୍ଲୀରେ ତାପମାତ୍ରା ୧ ଡିଗ୍ରି ସେଲସିୟସ ହ୍ରାସ ପାଇଛି । ବୁଧବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ଜମ୍ମୁକାଶ୍ମୀର ରାଜୌରୀରେ ପ୍ରବଳ ଥଣ୍ଡା ପଡିବା ସହ ସପ୍ତାହ ହେଲା ବରଫପାତ ହେଉଛି । ପାହାଡିଆ ଅଞ୍ଚଳରେ ପ୍ରବଳ ବରଫ ବର୍ଷା ହେବାରୁ ରାଜୌରୀ- ପୁଞ୍ଜ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.