ଭାରସାମ୍ୟ ହରାଇ ଦେବଗଡ଼ ଘାଟିରୁ ଓଲଟି ପଡିଲା ମିନି ଟ୍ରକ ; ୧୦ ଗୁରୁତର
Published By : Prameya-News7 Bureau | August 20, 2018 IST
ଦେବଗଡ଼ ୨୦/୮ : ଦେବଗଡ଼ ଗଇଲ ଘାଟିରେ ଦୁର୍ଘଟଣା ହୋଇଛି | ଭାରସାମ୍ୟ ହରାଇ ଓଲଟି ପଡିଲା ମିନି ଟ୍ରକ | ଦୂର୍ଘଟଣାରେ ୧୦ ଜଣ ଗୁରୁତର ଥିବା ଜଣାପଡିଛି | ସମସ୍ତ ଗୁରୁତରଙ୍କୁ ଦେବଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି | ଗୁରୁତରଙ୍କ ମଧ୍ୟରେ ୨ ଶିଶୁ ଓ ୮ ଜଣ ମହିଳା ଥିବା ଜଣାପଡିଛି | ଗୁରୁତର ମାନେ ଗଇଲ ଅଂଚଳର ବୋଲି ଜଣାପଡିଛି | ତେବେ ଲାଇମୁରା ଅଂଚଳରୁ ୧୦ ଜଣ ଦେବଗଡ଼ ଆସୁଥିଲେ | ସେମାନଙ୍କ ମଧ୍ୟରୁ ଥିବା କିଛି ଲୋକ କୈଳାସ ଘାଟିରେ ଥିବା ଶିବ ମନ୍ଦିର ଯାଉଥିଲେ | ୨୦୧୬ ମସିହାରେ ଏହି ଘାଟିରୁ ବସ ଓଲଟି ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା |