ମିନିଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | July 08, 2020 IST

ବାଲିପାଟଣା୭/୮: ମିନିଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ସରକଣା ଗ୍ରାମର ସୌରଭ ନାୟକ। ସୌରଭ ସାଙ୍ଗ ଘରକୁ ଯାଇ ବାଇକ୍ ଯୋଗେ ଫେରୁଥିବା ବେଳେ ବୋଧଖଣ୍ଡି ଗ୍ରାମ ରାସ୍ତାରେ ମିନିଟ୍ରକ୍ (Tata 407) ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା । ସୌରଭଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଡାକ୍ତରଖାନାରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିପାଟଣା ପୋଲିସ୍‌ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.