Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଏହି ଇଲେକ୍ଟ୍ରିକ୍ କାର ଲାଗି ଗ୍ରାହକ ଏବେ ପାଗଳ! ମାତ୍ର ୨ ଘଣ୍ଟାରେ ବିକ୍ରି ହୋଇଗଲା ସବୁ ୟୁନିଟ୍

5/11/2021 at 6:20 PM

ନୂଆଦିଲ୍ଲୀ ୫।୧୧:  ବିଏମଡବ୍ଲୁ ମାଲିକାନାଧୀନ କାର ‘ମିନି’ ଭାରତରେ ତାଙ୍କର ନୂଆ ଇଲେକ୍ଟ୍ରିକ କାର ‘ମିନି କୁପର ଏସଇ’ ଲଞ୍ଚ କରିବାକୁ ଯାଉଛନ୍ତି। ଏହି କାରକୁ ନେଇ ଦେଶରେ ଗ୍ରାହକ ଏତେ ଉତ୍ସାହିତ ଯେ ମାତ୍ର ୨ ଘଣ୍ଚାରେ ସବୁ ୩୦ଟି ଯାକ ୟୁନିଟ୍‌ ବିକ୍ରି ହୋଇଯାଇଛି। କମ୍ପାନୀ ନିଜ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।  ବର୍ତ୍ତମାନର ମିନି ମଡେଲ ରେଞ୍ଜରେ ମିନି ଥ୍ରୀ ଡୋର ହେଚବ୍ୟାକ୍‌,ମିନି ଜନ କୁପର ୱାର୍କର୍ସ ହେଚବ୍ୟାକ୍‌, ମିନି କନଭର୍ଟିବଲ ଓ ମିନି କଣ୍ଟ୍ରିମେନ୍ ରହିଛି।

ଏହି ସବୁ କାର ଲାଗି କମ୍ପାନୀ ଭାରତରେ ଗତ ଅକ୍ଟୋବର ୨୯ ତାରିଖ ଦିନ ବୁକିଂ ଆରମ୍ଭ କରିଥିଲେ। ଏଥିଲାଗି ବୁକିଂ ଏମାଉଣ୍ଟ ୧ ଲକ୍ଷ ଟଙ୍କା ରଖା ଯାଇଥିବା ବେଳେ ଲୋକେ ୨ ଘଣ୍ଟାରେ ସବୁତକ କାର କିଣି ନେଇଛନ୍ତି। ଭାରତରେ ଏହି କାରର ମୂଲ୍ୟ କେତେ ରହିବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନି, ଆଉ ଗ୍ରାହକେ କିଣିବା ଲାଗି ଧାଡ଼ି ଲଗାଇ ଦେଇଛନ୍ତି। ଭାରତରେ ଚଳିତମାସ ଶେଷ ସୁଦ୍ଧା ଏହି ସବୁ କାରମଡେଲ ଲଞ୍ଚ ହୋଇଯିବ ବୋଲି ଆଶା କରାଯାଉଛି।

ଥରେ ଚାର୍ଜ ହେଲେ ଏହି କାର ୨୭୦ କିଲୋମିଟର ଯାଇପାରିବ। ମିନି କୁପର ଏସଇ ୩୨.୬ କେଡବ୍ଲୁଏଚ୍‌ ବ୍ୟାଟେରୀ ପ୍ୟାକ୍‌ ସହ ମିଳିବ।  ଏଥିରେ ଥିବା ମୋଟର ୧୮୪ ବିଏଚପି ପାୱାର ଓ ୨୭୦ଏନଏମ୍‌ ପିକ୍‌ ଟାର୍କ ଉତ୍ପନ୍ନ କରିବ। ଥ୍ରୀ ଡୋର କୁପର ଏସଇ ମାତ୍ର ୭.୩ ସେକେଣ୍ଡରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତିକରିପାରିବ ବୋଲି କମ୍ପାନୀ ଦାବି କରିଛି। ମିନିକୁପର୍ସ ଷ୍ଟାଣ୍ଡାର୍ଡ ମଡେଲ ଭଳି ଇଲେକ୍ଟ୍ରିକ୍‌ କାରର ଫିଚର୍ସ ରହିବ।

ଏହି ଇଲେକ୍ଟ୍ରିକ୍‌ ହେଚବ୍ୟାକ୍‌ ଭାରତରେ କମ୍ପ୍ଲିଟ ବିଲ୍ଟ ୟୁନିଟ୍‌ (ସିବିୟୁ)ରେ ଉପଲବ୍ଧ ହେବ। ଏହାର ମୂଲ୍ୟ ଭାରତରେ ପାଖାପାଖି ୫୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରାଯାଉଛି। ଏହି ଅନୁସାରେ ଦେଖିଲେ ମର୍ସିଡିଜ୍ ବେଞ୍ଜ, ଅଡି ଓ ଜାଗୁଆର କମ୍ପାନୀଙ୍କ ଇଲେକ୍ଟ୍ରିକ୍‌ କାରର ଏହା ଅଧା ମୂଲ୍ୟରେ ମିଳି ଯାଉଛି। ଏଣୁ ଗ୍ରାହକୀୟ ଆଦ୍ରୁତି ରହିବା ମଧ୍ୟ ସ୍ୱଭାବିକ। ଭାରତରେ ମର୍ସିଡିଜ୍ ବେଞ୍ଜ, ଅଡି ଓ ଜାଗୁଆର କମ୍ପାନୀଙ୍କ ଇଲେକ୍ଟ୍ରିକ୍‌ କାରର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କାରେ ବିକ୍ରି ହେଉଛି।

   Related Posts