ବିଜ୍ଞାନର କରାମତି-ଏକ ସେକେଣ୍ଡରେ ୩୦ଟି କାମ କରି ପାରିବ ମିନି ଚିତା ରୋବୋଟ୍, ଘଣ୍ଟାପ୍ରତି ୧୪ କିମି ବେଗରେ ଦୌଡ଼ି ପାରିବ..ପଢ଼ନ୍ତୁ ପୂରା ଖବର
10/11/2019 at 4:56 PM

ନୂଆଦିଲ୍ଲୀ୧୦/୧୧: ମ୍ୟାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ( Massachusetts Institute of Technology) ଏକ ଚାରି ଗୋଡ଼ିଆ ରୋବୋଟ୍ ତିଆରି କରିଛି। ଏହି ରୋବୋଟ ପାଖରେ ଏକ ସେକେଣ୍ଡରେ ୩୦ଟି ନିଷ୍ପତ୍ତି ନେବାର କ୍ଷମତା ରହିଛି। ଏହି ରୋବୋଟ୍ର ନାଁ ମିନି ଚିତା ରଖାଯାଇଛି । ଚିତା ଭଳି ଦୁଇ ଗୋଡ଼ରେ ଚାଲିବାର କ୍ଷମତା ମଧ୍ୟ ମିନି ଚିତା ରୋବୋଟ ପାଖରେ ରହିଛି। ଏହି ରୋବୋଟ ଫୁଟବଲ ଖେଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ମ୍ୟାସାଚ୍ୟୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ସେଙ୍ଗବେଇ କିମ୍ କହିଛନ୍ତି ଯେ ୟୁଟ୍ୟୁବରେ ଆଫ୍ରିକୀୟ ଚିତା ଦେଖିବା ଲାଗି ସେ ପସନ୍ଦ କରନ୍ତି। ତେଣୁ ସେ ଦୁଇ ସ୍ନାତକ ଛାତ୍ର ବେନ୍ କାଟଜ୍ ଓ ଜେରେଡ୍ ଡି କାଲୋଙ୍କୁ ନେଇ ମିନି ଚିତା ରୋବୋଟ ତିଆର କରିଥିଲେ। ମିନି ଚିତା ଓ ଆଫ୍ରିକୀୟ ଚିତା ମଧ୍ୟରେ ୧୦ ଗୁଣା ସ୍ପିଡ୍ର ଅନ୍ତର ରହିଛି। ଆଫ୍ରିକୀୟ ଚିତା ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଦୌଡ଼େ । କିନ୍ତୁ ମିନି ଚିତା ରୋବୋଟ୍ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଦୌଡି ପାରିବ ।

ପ୍ରଫେସର କିମ୍ଙ୍କ କହିବା ଅନୁସାରେ ମିନି ଚିତା ନାମକ ରୋବୋଟ ସିଧା ହେବା ପାଇଁ ଅତି ସହଜ ପ୍ରକ୍ରିୟା ରହିଛି। କିନ୍ତୁ ରୋବୋଟ୍ ୩୬୦ ଡିଗ୍ରୀରେ ବୁଲିବା ପ୍ରକ୍ରିୟା ବହୁତ କଷ୍ଟ ରହିଛି। ଏଥିରେ ରୋବୋଟର ସେଫ୍ ଲୋଡିଙ୍ଗ ଚ୍ୟାଲେଞ୍ଜ ରହିଛି। କାହିଁକି ଲୋଡିଙ୍ଗ ଠିକ ଭାବେ ନ ହେଲେ ଦ୍ବିତୀୟ ଥର ରୋବୋଟ୍ ଡେଇଁ ପାରିବ ନାହିଁ।