ଭାରସାମ୍ୟ ହରାଇ ଓଲଟଲା ମିନି ବସ : ଜଣେ ଗୁରୁତର, ୧୮ ଆହତ

Published By : Prameya-News7 Bureau | June 03, 2019 IST

କଳାହାଣ୍ଡି ୩/୬ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ରାଜାମୁଣ୍ଡା ଠାରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ମିନି ବସ ଓଲଟି ପଡିଛି । ବସ୍ ଓଲଟି ଜଣେ ଗୁରୁତର ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ  ଅଗ୍ନିଶମ ବିଭାଗ  ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛି । ପ୍ରଧାନ ଟ୍ରାଭେଲସ ନାମକ ଏହି ଘରୋଇ ବସ ସାସ୍ତୁଗୁଡାରୁ କେସିଙ୍ଗା ଯାଉଥିଲା । ଏଥିରେ ୨୦ ରୁ ଅଧିକ ଯାତ୍ରୀ ଥିଲେ । ଭାରସାମ୍ୟ ହରାଇ ମିନି ବସ ଓଲଟି ପଡିଥିବା ଅନୁମାନ କରାଯାଉଛି ।

{"id":119001}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.