Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ନିୟନ୍ତ୍ରଣ ହରାଇ ଖାଇକୁ ଓଲଟି ପଡିଲା ବସ : ୩୧ ମୃତ, ୧୩ ଆହତ, ଉଦ୍ଧାର କାର୍ଯ୍ୟ ଜାରି

1/07/2019 at 10:06 AM

କିସ୍ତଗଡ ୧/୭ : ଜାମ୍ମୁ କାଶ୍ମୀର କ୍ୱିସ୍ତଗଡ଼ରେ ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଛି । କେଶବନ ଅଂଚଳରେ ଏକ ମିନି ବସ ନିୟନ୍ତ୍ରଣ ହରାଇ ଗଭୀର ଖାଇ ମଧ୍ୟକୁ ଖସି ପଡିଥିଲା । ଦୁର୍ଘଟଣାରେ ୩୧ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ପାଖାପାଖି ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆଜି ସକାଳ ପାଖାପାଖି ସାଢେ ୮ଟା ସମୟରେ ଦୁର୍ଘଟଣା ଘଟିଥିଲା ।

 

ସୂଚନାଯୋଗ୍ୟ ଯେ ମିନି ବସ କେଶବନରୁ କିସ୍ତଗଡ଼ ଯାଉଥିଲା । ଶ୍ରୀଗୀରି ନିକଟରେ ବସ ରାସ୍ତାରୁ ତଳକୁ ଖସି ଯାଇଥିଲା । ତେବେ ବସରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିବା ସ୍ଥାନୀୟାଲଙ୍କ ସୂଚନା ଦେଇଛନ୍ତି । ସ୍ଥାନୀୟଲୋକ ଉଦ୍ଧାରକାରୀ ଦଳଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ଯାଏଁ ମୃତକଙ୍କୁ ଚିହ୍ନଟ କରାଯାଇନାହିଁ ।

   Related Posts