ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର

Published By : Prameya-News7 Bureau | December 01, 2020 IST

ମାଲକାନଗିରି ୧।୧୨: ମାଲକାନଗିରି-ଛତିଶଗଡ ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଗଲା ଟାଟା ସୁମୋ ଗାଡି । ବିସ୍ଫୋରଣ ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି ।

{"id":370595,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯବାନମାନଙ୍କୁ ଟାର୍ଗେଟ୍ କରି ଏଭଳି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ମାଓବାଦୀ । ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁରରେ ବଡ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ବାସାଗୁଡା ଗାଁ ନିକଟରେ ଘଟିଛି ବିସ୍ଫୋରଣ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଟାଟା ସୁମୋ ଗାଡିଟି ଉଡିଯାଇଛି । ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

{"id":370596,"sizeSlug":"large"}

ବିସ୍ଫୋରଣରେ ଖବର ଘଟଣାସ୍ଥଳରେ ଯବାନମାନେ ପହଞ୍ଚିଛନ୍ତି । ବିସ୍ଫୋରଣର ଅଧିକ ଛାନଭିନ୍ ଜାରି ରହିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ମାଓବାଦୀ ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନଥିବା ବେଳେ ଏହା ମାଓବାଦୀଙ୍କ କାର୍ଯ୍ୟକଳାପ ବୋଲି ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.