ଖଣି କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | August 04, 2020 IST

ଅନୁଗୋଳ ୪।୮: ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡା ପରିବା ମାର୍କେଟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଲଣ୍ଡାର ସରୋଜ ନାଏକ । ସେ ବଳରାମ କୋଇଲା ଖଣିରେ କାମ କରୁଥିଲେ । ସେ ବଲଣ୍ଡାରେ MCL କ୍ବାର୍ଡରରେ ରହୁଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ତେଣୁ କେହି ତାଙ୍କୁ ହତ୍ୟା କରିଛନ୍ତି ବୋଲି ଘର ଲୋକ ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.