ମାର୍ଚ୍ଚ ୩୧ସୁଦ୍ଧା ସରିବ ଖଣି ନିଲାମ ଟେଣ୍ଡର ପ୍ରକ୍ରିୟା : ଖଣି ମନ୍ତ୍ରୀ

Published By : Prameya-News7 Bureau | December 09, 2019 IST

ଭୁବନେଶ୍ବର ୯।୧: ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ ଟେଣ୍ଡର ପ୍ରକ୍ରିୟା । ୨୦ଟି ଖଣିର ନିଲାମ ଆବେଦନ ସରିଛି । ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ ସୁଧା ସରିଯିବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି । ଏଥିଯୋଗୁଁ ଖଣି ଉତ୍ପାଦନ ବାଧାପ୍ରାପ୍ତ ହେବ ନାହିଁ କି ରାଜସ୍ବ କ୍ଷତି ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ୨୦ଟି ଖଣିର ଲିଜ୍ ଅବଧି ସରିଯାଇଛି । ଏଥିପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଟେକ୍ନିକାଲ ବିଡ୍ ଖୋଲିଲା ବେଳେ ଅନିୟମିତତା ସାମ୍ନାକୁ ଆସିବା ପରେ ପୁରା ପ୍ରକ୍ରିୟାକୁ ବାତିଲ କରିଦିଆଯାଇଥିଲା । ସେହି ୨୦ଟି ଖଣିର ପୁନଃ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.