ଖଣି ମାଫିଆଙ୍କ ଟାର୍ଗେଟ୍‌ରେ ସାମ୍ବାଦିକ, ସମାଜ ପ୍ରତିନିଧିଙ୍କୁ କଲେ ମରଣାନ୍ତ ଆକ୍ରମଣ

Published By : Prameya-News7 Bureau | July 30, 2021 IST

ବାଲେଶ୍ଵର ୩୦।୦୭: ପୁଣି ସାମ୍ବାଦିକଙ୍କୁ ଆକ୍ରମଣ । ବାଲେଶ୍ଵର ଖଇରାରେ ଦୈନିକ ଖବର କାଗଜ ସମାଜର ସାମ୍ବାଦିକ କୈଳାଶ ଚନ୍ଦ୍ର ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଖଣି ମାଫିଆ ।  ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଅର୍ଜୁନପୁର ନିକଟରେ କୈଳାଶଙ୍କ ଉପରେ ୩ଜଣ ଯୁବକ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ ୩ ଜଣ ପୋଲିସ କର୍ମୀ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ପୋଲିସ ମୁଖ୍ୟ ଅଭିଯୁକ୍ତ ଗଡ଼ ପୋଖରୀର ମାଧ ଦଳେଇ  ଓ ମୁରଲି ଦଳେଇକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଚାଲିଛି ତନାଘନା । ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସାମ୍ବାଦିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.