Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଝାରସୁଗୁଡ଼ାରେ ଲଘୁ ଖଣିଜ ସମ୍ପଦର ହେଉଛି ହରିଲୁଟ: ପ୍ରଶାସନର ଛତ୍ରଛାୟା ତଳେ ମୋରମ ଲୁଟୁଛନ୍ତି ମାଫିଆ, କାର୍ଯ୍ୟାନୁଷ୍ଠାନ ଦାବି

7/09/2020 at 5:34 PM

ଝାରସୁଗୁଡ଼ା ୦୭/୦୯: ଝାରସୁଗୁଡ଼ାରେ ଲଘୁ ଖଣିଜ ଦ୍ରବ୍ୟର ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନର ଜାଣତରେ ଏଭଳି କାରବାର ହେଉଥିବା ବେଳେ ସମସ୍ତେ ଚୁପ୍‌ । ବାଲି ଲୁଟ ପରେ ଏବେ ପାଳି ମୋରମର । ଖୁଲମଖୁଲା 24 ଘଣ୍ଟା ଚାଲିଛି ଲୁଟ । ଦିନକୁ 2 ଶହ ହାଇୱାରେ ଚାଲାଣ ହେଉଛି ମୋରମ । ବଡ଼ ବଡ଼ ଜେସିବି ଲଗାଇ ମୋରମ ଖୋଳା ଚାଲିଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା।

କେବଳ ମୋରମ ନୁହେଁ , ଇବ ଓ ଭେଡେନ ନଦୀରୁ ନିୟମ ଉଲଂଘନ କରି ବାଲି ଉଠାଉଛନ୍ତି ମାଫିଆ । ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ନିକଟରୁ ଶହଶହ ହାଇୱାରେ ମୋରମ ଚାଲାଣ କରାଯାଇଥିବା ଅଭିଯୋଗ ହୋଇଛି ।

 ସେପଟେ ବ୍ରଜରାଜନଗର ଚଣ୍ଡି ମନ୍ଦିର ନିକଟସ୍ଥ ଜଙ୍ଗଲ ଜମିରୁ ମଧ୍ୟ ମୋରମ୍ ଓ ନାଲି ମାଟି ଖୋଳି କୋଟିକୋଟି ଟଙ୍କା ଆୟ କରୁଛନ୍ତି ମାଫିଆ । ମାଫିଆଙ୍କ ଉପରେ ଲଗାମ ଳଗାଇବାକୁ ଦାବି କରିଛନ୍ତି କଂଗ୍ରେସ ନେତା ଓ ସାମାଜିକ କର୍ମୀ । ମାଫିଆଙ୍କର ଲଘୁ ଖଣିଜ ପଦାର୍ଥ ଉପରେ ଲୋଲୁପ ଦୃଷ୍ଟି ପଡିଛି । ଝାରସୁଗୁଡା ଜିଲ୍ଲାର ବିଭିନ୍ନ ନଦୀ ନାଳରୁ ବାଲି ଲୁଟିବା ସହ ସେଗୁଡ଼ିକର ଗତିପଥକୁ ମାଫିଆ ପରିବର୍ତ୍ତନ କରାଉଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏହାଦ୍ବାରା ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ୱ ହାନୀ ଘଟୁଛି। ।

ପରିବେଶ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତି ଓ ବେଆଇନ ଭାବେ ସରକାରୀ ଜମି ଉପରେ ମାଫିଆ ଖୋଳି ଚାଲିଛନ୍ତି ।  କେ ଫର୍ମ୍ କିମ୍ବା ସି ଫର୍ମ ବିନା ହାଇୱା ଯାଉଥିଲା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବା ବେଳେ ଟ୍ରକ୍‌ କିମ୍ବା ଛୋଟ ଗାଡ଼ିରୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି ବୋଲି ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।

ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟ ସରକାର ଝାରସୁଗୁଡ଼ାକୁ ଅଣଦେଖା କରୁଥିବା ମଧ୍ୟ ଅଭିଯୋଗ କରୁଛି ବିଜେପି । ସେପଟେ ବେନିୟମ କାର୍ଯ୍ୟ ପାଇଁ ଫାଇନ୍ ଆଦାୟ କରାଯାଉଛି ଓ ଖୁବ ଶୀଘ୍ର 12ଟି ନୁଆ କ୍ୱାରୀର ନିଲାମ୍ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

   Related Posts