କୋଲାର୍ ଗୋଲ୍ଡ ଫିଲ୍ଡ KGF ରେ ବହୁମୂଲ୍ୟ ଧାତୁ ପେଲେଡିୟମ୍‌ର ତଲାସୀ ଆରମ୍ଭ, ଏକ ଆଉନ୍ସର ମୂଲ୍ୟ ୧.୮ ଲକ୍ଷ ଟଙ୍କା

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯/୦୯ : କେନ୍ଦ୍ରୀୟ ଖନନ ମନ୍ତ୍ରାଳୟ ସନ୍ଦେହ କରିଛନ୍ତି ଯେ କର୍ଣ୍ଣାଟକ କୋଲାର ଗୋଲ୍ଡ ଫିଲ୍ଡ KGF ରେ ୨୫ ହଜାର କୋଟି ଟଙ୍କାର ପେଲେଡିୟମ୍ ଅଛି । ପେଡେଲିୟମ୍ ରୁପା ଭଳି ଏକ ଚମକଦାର ଧାତୁ । ଏଜ ଏକ ବହୁମୂଲ୍ୟ ଧାତୁ । ଏହାର ଏକ ଆଉନ୍ସ ଅର୍ଥାତ ୨୮ ଗ୍ରାମର ମୂଲ୍ୟ ୧.୮ ଲକ୍ଷ ଟଙ୍କା । ଏହି ଧାତୁର ବ୍ୟବହାର କାର, ଗହଣା, ଏଲେଟ୍ରୋନିକ୍ସ ଓ ଡେଣ୍ଟିଷ୍ଟ୍ରିରେ କରାଯାଇଥାଏ ।

{"id":336181,"sizeSlug":"large"}

କେଜିଏଫରେ ଭାରତ ଗୋଲ୍ଡ ମାଇନ୍ସ ଲିମିଟେଡ଼ ସାଇଟରେ ଥିବା ଖାଦାନର ଅବଶେଷରେ ୧.୩ କୋଟି ଟନ ପେଲେଡିୟମ୍ ଥାଇପାରେ ବୋଲି ଅନୁମାନ କରାଯାଉଛି । ଏକ ସମୟରେ ଏହି ଖାଦାନରେ ହଜାର ହଜାର ଲୋକ କାମ କରୁଥିଲେ । ପୁରା ଗୋଟିଏ ସହରର ଅର୍ଥ ବ୍ୟବସ୍ଥା ଏହି ଖାଦାନ ଉପରେ ନିର୍ଭରଶୀଳ ଥିଲା । କେଜିଏଫ ଗୋଲ୍ଡ ମାଇନିଙ୍ଗକୁ ୨୦୧୨ ମସିହାରେ ବନ୍ଦ କରିଦିଆଯାଇଥିଲା । କାରଣ ଏଠାରେ ସୁନା ଖନନର ଶୁଳ୍କ ବଢିଯାଇଥିଲା ଏବଂ ରାଜସ୍ବ ହ୍ରାସ ପାଇଥିଲା । କୋଲାର ଗୋଲ୍ଡ ଫିଲ୍ଡରେ ସର୍ବ ପ୍ରଥମେ ୧୯୦୨ ମସିହାରେ ସୁନା ଖନନ ଆରମ୍ଭ ହୋଇଥିଲା । ସେତେବେଳେ ଇଂରେଜ ଏହାକୁ ମିନି ଇଂଲଣ୍ଡ ନାଁ ଦେଇଥିଲେ । କାରଣ ଏସିଆରେ ଜାପାନ ପରେ କେଜିଏଫ ହିଁ ଏମିତି ଏକ ନଗର ଥିଲା ଯେଉଁଠାରେ ବିଜୁଳି ଥିଲା । ଏଠାରେ ପାଣି ଉପଲବ୍ଧତା ପାଇଁ ଇଂରେଜ ଏକ କୃତ୍ରିମ ହ୍ରଦ ନିର୍ମାଣ କରିଥିଲେ । ୧୨୧ ବର୍ଷ ଯାଏଁ ଲଗାତାର ଏଠାରୁ ସୁନା ଖନନ ହୋଇଥିଲା । 

{"id":336182,"sizeSlug":"large"}

ଯଦି ଏଠାରୁ ପେଲେଡିୟମ୍ ମିଳେ ଏବଂ ଏହାର ଖନନ ବ୍ୟବହାରିକ ହୁଏ ତାହେଲେ ଏହାଦ୍ୱାରା ସରକାରଙ୍କୁ ନା କେବଳ ଲାଭ ହେବ ବରଂ ଏହି ଅଞ୍ଚଳରେ ପୁଣିଥରେ ଆର୍ଥିକ ଗତିବିଧି ବୃଦ୍ଧି ପାଇବ । କେନ୍ଦ୍ର କୋଇଲା ଓ ଖନନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋମବାର ଦିନ କହିଛନ୍ତି ଯେ, ମିନେରାଲ ଏକ୍ସପ୍ଲୋରେସନ୍ କର୍ପୋରେସନ କିମିଟେଡ଼ କୋଲାର ଗୋଲ୍ଡ ଫିଲ୍ଡ KGF) ରେ ତଲାସୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେ ଟ୍ୱିଟରରେ ଟ୍ୱିଟ କରିଛନ୍ତି ଯେ କୋଲାର ଗୋଲ୍ଡ ଫିଲ୍ଡର ବିତ୍ତ୍ରାସ୍ୱାମୀ ବ୍ଲକରେ ତଲାସୀ ଉଦ୍ଦେଶ୍ୟରେ ଖନନ କାର୍ଯ୍ୟ ସୋମବାର ଥରୁ ଆରମ୍ଭ ହୋଇଛି । ଖନନରେ ଭାରତ ଗୋଲ୍ଡ ମାଇନ୍ସ ଲିମିଟେଡ଼ ବିଜିଏମଏଲ ର କେଜିଏଫ ତଲାସି ସହ ଜଡିତ ମାମଲାର ସମାଧାନରେ ସାହାଯ୍ୟ କରିବା ଯାହା ୧୬ ବର୍ଷ ହେଲା ବିଚାରାଧୀନ ରହିଛି ।

{"id":336184,"sizeSlug":"large"}

ଯୋଶୀ କହିଛନ୍ତି ଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସହ ଅଗଷ୍ଟ ୨୮ ତାରିଖରେ ବୈଠକ ପରେ ତଲାସୀ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବୈଠକ ପରେ ଏମଇସିଏଲକୁ ବିଜିଏମଏଲ ଖନନ ପଟ୍ଟା ଅଞ୍ଚଳରେ ତତ୍କାଳ ତଲାସୀ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.