ଦୁଇ ଖଣ୍ଡ ରତ୍ନପଥର ଦାମ୍ ୨୫ କୋଟି ୩୬ ଲକ୍ଷ ଟଙ୍କା, ବଦଳିଗଲା ଖଣି ମାଲିକଙ୍କ ଭାଗ୍ୟ

Published By : Prameya-News7 Bureau | June 25, 2020 IST

ଡୋଡମା ୨୫।୬: ତାଞ୍ଜାନିଆର ଜଣେ ଖଣି ମାଲିକଙ୍କ ଏମିତି ଏକ ଘଟଣା ଘଟିଛି ଯାହା କେବଳ ତାଙ୍କ ଭାଗ୍ୟ ଖୋଲିଦେଇଛି ତାହା ନୁହେଁ ବରଂ ସାରା ଦେଶରେ ତାଙ୍କର ସଫଳତାର ଗୁଣଗାନ କରାଯାଉଛି । ଏପରି ଦୁଇଟି ମୂଲ୍ୟବାନ ପଥର ବଦଳରେ ତାଞ୍ଜାନିଆ ସରକାର ତାଙ୍କୁ ୭.୭୪ ବିଲିୟନ ପ୍ରଦାନ କରିଛନ୍ତି । ଏହାର ମୂଲ୍ୟ ଆମେରିକୀୟ ଡଲାରରେ ପ୍ରାୟ ୩୩.୫ ଲକ୍ଷ ଡଲାର ଏବଂ ଭାରତୀୟ ମୁଦ୍ରାରେ ପ୍ରାୟ ୨୫ କୋଟି ୩୬ ଲକ୍ଷ ଟଙ୍କା ସହିତ ସମାନ ।

ସୂଚନା ଅନୁଯାୟୀ, ତାଞ୍ଜେନାଇଟ୍ ନାମକ ଏହି ରତ୍ନର ଦୁଇଟି ବଡ ବିରଳ ପଥର ସାନିନିୟୁ ଲେଜର ନାମକ ଜଣେ ବ୍ୟକ୍ତିଙ୍କ ଆବିଷ୍କୃତ କରିଥିଲେ । ସେ ଖଣି ମାଲିକ ଅଟନ୍ତି । ଏହି ରତ୍ନ କେବଳ ଉତ୍ତର ତାଞ୍ଜାନିଆରେ ମିଳିଥାଏ । ଏହି ପଥରଗୁଡିକ ମଧ୍ୟରୁ ଗୋଟିଏ ହେଉଛି ୯.୨୭ କିଲୋଗ୍ରାମ ଏବଂ ଅନ୍ୟଟି ୫.୧୦ କିଲୋଗ୍ରାମର । ଉତ୍ତର ତାଞ୍ଜାନିଆର ମନୟାରା ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ଖଣି ମନ୍ତ୍ରୀ ସାଇମନ୍ ମାସନଜିଲା କହିଛନ୍ତି ଯେ ଏହା ଏକ ଐତିହାସିକ ଘଟଣା ।

ସେ କହିଛନ୍ତି ଯେ, ପୂର୍ବରୁ ଏପରି ଆକାରର ତାଞ୍ଜେନାଇଟ୍ କେବେ ଦେଖାଯାଇ ନଥିଲା । ବାଇଗଣୀ ରଙ୍ଗର ଏହି ବିରଳ ପଥରଗୁଡିକ ବର୍ତ୍ତମାନ ବ୍ୟାଙ୍କ ଅଫ୍ ତାଞ୍ଜାନିଆ ଦ୍ବାରା କିଣାଯାଇଛି। ଯେତେବେଳେ ବ୍ୟାଙ୍କ ଖଣି ମାଲିକ ଲେଜିୟରକୁ ଚେକ୍ ପ୍ରଦାନ କରିଥିଲେ ସେତେବେଳେ କରତାଳି ଶୁଣିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ଟିଭିରେ ସିଧା ପ୍ରସାରଣ କରାଯାଇଥିଲା । ଏହି ଅବସରରେ ଦେଶର ରାଷ୍ଟ୍ରପତି ଜନ୍ ମଗୁଫୁଲି ଲାଜିୟରଙ୍କୁ ଡାକି ଅଭିନନ୍ଦନ ଜଣାଇଛନ୍ତି ।

ଏହାପୂର୍ବରୁ ଋଷର ଏକ ଖଣିରୁ ଏପର୍ଯ୍ୟନ୍ତର ସବୁଠୁ ଅନେକ ଦୁର୍ଲଭ ହୀରା ମିଳିଥିଲା । ଏହି ହୀରା ଭିତରେ ଆଉ ଏକ ହୀରା ରହିଥିଲା ଯାହା ଯୋଡି ହୋଇନଥିଲା । ଅର୍ଥାତ୍ ଛୋଟ ହୀରା ବଡ ହୀରା ମଧ୍ୟରେ ବୁଲୁଥିଲା । ଏହି ହୀରା ପ୍ରାୟ ୮୦ କୋଟି ବର୍ଷ ପୁରୁଣା ଥିଲା । ନ୍ୟୁଜ୍ ଏଜେନ୍ସୀ ଆଇଏଏନଏସ ଅନୁସାରେ ଏହି ହୀରାର ଓଜନ ୦.୬୨ କ୍ୟାରଟ ଏବଂ ଏବଂ ଏହା ସାଇବରିଆ ଖଣିରୁ ମିଳିଥିଲା ​​। ଏହା ଭିତରେ ଥିବା ଦ୍ବିତୀୟ ହୀରାର ଓଜନ ୦.୦୨ କ୍ୟାରେଟ୍ ବୋଲି ଆକଳନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.