ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେଲେ ମିନତୀ ବେହେରା

Published By : Prameya-News7 Bureau | August 20, 2019 IST

ଭୁବନେଶ୍ବର ୨୦|୮: ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେଲେ ମିନତୀ ବେହେରା । ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ମିନତୀ । ସେ କହିଛନ୍ତି ନାରୀ ସୁରକ୍ଷା ପ୍ରଥମ ପ୍ରାଥମିକତା ରହିବ । ସମାଜରେ ନାରୀ ପୂଜନୀୟ, ତେଣୁ ନାରୀ ପ୍ରତି ହିନମାନ୍ୟତା ଚଳିବ ନାହିଁ ବୋଲି ସେ କହିଛନ୍ତି । ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ଫଇସଲା କରାଯିବା ନେଇ ଉଦ୍ୟମ କରାଯିବ । ପୂର୍ବରୁ ଆସିଥିବା ଅଭିଯୋଗ କାର୍ଯ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି ।

{"id":146440}

ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖ ଦିନ ସରକାରୀ ନିଗମ ଏବଂ ସଂସ୍ଥା ପାଇଁ ରାଜନୈତିକ ନିଯୁକ୍ତି ଘୋଷଣା କରାଯାଇଥିଲା । ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ତେବେ ଆଜି ସେ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.