ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ମୀନତି ବେହେରାଙ୍କୁ 'Phenomenal She' ଆଓ୍ଵାର୍ଡ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ/ ଭୁବନେଶ୍ଵର ୦୯।୦୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଶାର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମୀନତି  ବେହେରା ଭାରତୀୟ ରାଷ୍ଟ୍ରୀୟ ବାର ଆସୋସିଏସନ(INBA), ନୂଆଦିଲ୍ଲୀ ଦ୍ଵାରା ସମ୍ମାନିତ ହୋଇଛନ୍ତି।  ମାର୍ଚ୍ଚ ୭ରେ  କନଷ୍ଟିଚ୍ୟୁସନ କ୍ଲବ୍‌ ଅଫ ଇଣ୍ଡିଆରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀମତୀ ବେହେରା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି।

ସମାଜରେ ଲିଙ୍ଗଗତ ସମାନତା, ମହିଳା ଅଧିକାର ସଂରକ୍ଷଣ, ସାମାଜିକ ସଦ୍‌ଭାବ ଓ ମହିଳା ସଶକ୍ତିକରଣରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନକୁ ଦେଖି ଆଇଏନବିଏ ଶ୍ରୀମତୀ ବେହେରାଙ୍କୁ 'ଫେନୋମେନାଲ ସି' ଆଓ୍ଵାର୍ଡରେ ସମ୍ମାନିତ କରିଛନ୍ତି।  ନୂଆଦିଲ୍ଲୀରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମୀନତି  ବେହେରାଙ୍କୁ ଏହି ଆଓ୍ଵାର୍ଡ ମିଳିଛି।

ସୂଚନାଯୋଗ୍ୟ, ଶ୍ରୀମତୀ ବେହେରା ୨୦୧୯ ଅଗଷ୍ଟରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପରଠୁ ସେ ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.