ମିନାକ୍ଷୀ ଲେଖି, ଅନନ୍ତ କୁମାର ହେଗଡେଙ୍କ ସମେତ ୧୭ ସାଂସଦ କରୋନା ପଜିଟିଭ୍
14/09/2020 at 3:18 PM

ନୂଆଦିଲ୍ଲୀ ୧୪/୦୯ : ବିଜେପି ସାଂସଦ ମିନାକ୍ଷୀ ଲେଖି, ଅନନ୍ତ କୁମାର ହେଗଡେ, ପରବେଶ ସାହିବଙ୍କ ସମେତ ୧୭ ସାଂସଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଯୋଗୁଁ ମୌସୁମୀ ଅଧିବେଶନ ବିଳମ୍ବରେ ଆରମ୍ଭ ହୋଇଥିଲା । ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ ତାରିଖ ସୋମବାରରୁ ଆରମ୍ଭ ହୋଇଛି ।
ଅଧିବେଶନରେ ସାମିଲ ହେବାକୁ ସମସ୍ତ ସାଂସଦଙ୍କ କରୋନା ଯାଞ୍ଚ ଅନିବାର୍ଯ୍ୟ ରୂପେ କରାଯାଇଥିଲା । ୧୭ ସାଂସଦଙ୍କ କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି ।