ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ମିନାକ୍ଷୀ ମିଶ୍ର, ପୁଅକୁ ପୋଲିସ ଗିରଫ କରିବା ପ୍ରତିବାଦରେ କରିଥିଲେ ଆତ୍ମାହୁତି ଉଦ୍ୟମ
20/02/2020 at 12:28 PM

ବ୍ରହ୍ମପୁର ୨୦।୨: ଆଖି ବୁଜିଲେ ମୀନାକ୍ଷୀ ମିଶ୍ର । ବ୍ରହ୍ମପୁର ଏସ୍ପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
ପୁଅର ଗିରଫଦାରୀକୁ ବିରୋଧ କରି ଗତ ୧୨ ତାରିଖରେ ବ୍ରହ୍ମପୁର ଏସପି ଅଫିସ ସମ୍ମୁଖରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ମୀନାକ୍ଷୀ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଏମକେସିଜି ଓ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ୧୪ ତାରିଖରେ ଏସସିବିରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା ।