ମିନାକ୍ଷୀ ଅମାନ୍ତ ହେଲେ ବିଜେଡିର ଚମ୍ପୁଆ ପ୍ରାର୍ଥୀ, ଏବେବି ଝୁଲିଛି କେନ୍ଦ୍ରାପଡା ଓ ବାରିପଦା ନିଷ୍ପତ୍ତି

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪ : ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଚମ୍ପୁଆରୁ ମୀନାକ୍ଷୀ ଅମାନ୍ତଙ୍କୁ ପ୍ରାର୍ଥୀ କରାଯାଇଛି । କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ଆହୁରି ଦୁଇଟି ଆସନ ପାଇଁ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ଦୁଇଟି ଆସନ ହେଲା କେନ୍ଦ୍ରାପଡା ଓ ବାରିପଦା । କେନ୍ଦ୍ରାପଡାରେ ବିଧାୟକ କିଶୋକ ତରାଇଙ୍କୁ ବିଜେଡି ଟିକେଟ୍ ଦେବାକୁ ଚାହୁଁନଥିବାବେଳେ ବାରିପଦାରୁ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ମଧ୍ୟ ଟିକେଟ୍ ଦେବାପାଇଁ ଚାହୁଁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.