ପ୍ରସିଦ୍ଧ ମିମିକ୍ରି ଆର୍ଟିଷ୍ଟ ମାଧବ ମୋଘେଙ୍କ ଦେହାନ୍ତ, କ୍ୟାନ୍ସରରେ ଥିଲେ ପିଡିତ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୦୭: ଗତ କିଛି ଦିନ ହେବ ଲଗାତାର ବଲିଉଡରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି। ପ୍ରଥମେ ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର, ତା’ପରେ ଅଭିନେତା ଚଙ୍କି ପାଣ୍ଡେଙ୍କ ମା ସ୍ନେହଲତା ପାଣ୍ଡେ ଦୁନିଆକୁ ବିଦାୟ ଦେଇଥିଲେ। ଏଥି ସହିତ, ବର୍ତ୍ତମାନ ଅନେକ କମେଡି ଶୋ’ର ଅଂଶ ହୋଇଥିବା ମିମିକ୍ରି ଆର୍ଟିଷ୍ଟ ମାଧବ ମୋଘେଙ୍କର ଦେହାନ୍ତ ହୋଇଛି । ମାଧବ ଶୋଲେର 'ଠାକୁର' ମିମିକ୍ରି ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ତାଙ୍କୁ ଅଭିନେତା ସଞ୍ଜୀବ କୁମାରଙ୍କ ଦ୍ୱିତୀୟ କପି କୁହାଯାଉଥିଲା।

PunjabKesari

ସୂଚନା ଅନୁଯାୟୀ, ମାଧବ ମୋଘେ କ୍ୟାନ୍ସର ରୋଗର ତୃତୀୟ ପର୍ଯ୍ୟାୟରେ ଲଢୁଥିଲେ। ସେ ଅନେକ ସୁପରହିଟ୍ ଫିଲ୍ମରେ ମଧ୍ୟ କାମ କରିଥିଲେ । ଯେଉଁଥିରେ 'ଦାମିନୀ', 'ଘାତକ', 'ବିନାଶକ', 'ପାର୍ଟନର' ଆଦି ଅନ୍ତର୍ଭୁକ୍ତ । ମାଧବ ମୋଗେ ୧୯୯୩ ମସିହାରେ ଫିଲ୍ମ 'ଦାମିନୀ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏଥି ସହିତ, ମାଧବଙ୍କୁ ଶେଷ ଥର ପାଇଁ ୨୦୧୧ ଫିଲ୍ମ 'ଜାନ ପେହଚାନ'ରେ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.