ନକଲୀ କୋଭିଡ ଟିକା ନେବା ପରେ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ, ପିତାଶୟ ଓ ଜକୃତ ସମ୍ପର୍କିତ ସମସ୍ୟାରେ ହୋଇଛନ୍ତି ପୀଡିତ

Published By : Prameya-News7 Bureau | June 26, 2021 IST

ଯାଦବପୁର ୨୬।୬: ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ ଶନିବାର ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। କିଛି ଦିନ ପୂର୍ବରୁ କୋଭିଡ ଟିକା ନାମରେ ତାଙ୍କୁ ନକଲୀ ଟିକା ଦେଇ ଦିଆଯାଇଥିଲା। ତେବେ ଯାଦବପୁର ସାଂସଦଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ଏହି ଅସୁସ୍ଥତାକୁ ୪ ପୂର୍ବେ ନିଆ ଯାଇଥିବା ଟିକା ସହ ସଂଯୁକ୍ତ କରି ଦେଖାଯାଇ ନ ପାରେ ବୋଲି କହିଛନ୍ତି। ତାଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ସକାଳେ ସେ ଅସୁସ୍ଥ ହୋଇପଡିଥିବା ଜାଣିବାକୁ ପାଇଲେ ବୋଲି କହିଛନ୍ତି।

{"id":471812,"sizeSlug":"large","linkDestination":"none"}

ମିମି ଚକ୍ରବର୍ତ୍ତୀଙ୍କୁ ତାଙ୍କ ପାରିବାରିକ ଡାକ୍ତର ଚିକିତ୍ସା କରିଥିବା ବେଳେ ସେ ପିତାଶୟ ଓ ଜକୃତ ସମ୍ପର୍କିତ ସମସ୍ୟା ଲାଗି ଡିହାଇଡ୍ରେସନ ଓ ଏଥିଯୋଗୁ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ବୋଲି କହିଛନ୍ତି। ତାଙ୍କର ରକ୍ତଚାପ ମଧ୍ୟ ହ୍ରାସ ହୋଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଓ ସେ ଘରେ ରହି ଚିକିତ୍ସିତ ହେଉଥିବା ତାଙ୍କ ଡାକ୍ତର କହିଛନ୍ତି। ତାଙ୍କ ଅସୁସ୍ଥତାକୁ ଏତେ ଶୀଘ୍ର ନକଲୀ ଟିକା ସହ ସଂଯୁକ୍ତ କରି ଦେଖିହେବ ନାହିଁ ବୋଲି କହିଛନ୍ତି। କାରଣ ପୂର୍ବରୁ ତାଙ୍କ ଠାରେ ଲିଭର ଜନିତ ସମସ୍ୟା ଥିଲା ବୋଲି ସେ କହିଛନ୍ତି।

{"id":471813,"width":838,"height":629,"sizeSlug":"large","linkDestination":"none"}

ମିମି ଚକ୍ରବର୍ତ୍ତୀଙ୍କ ଯୋଗୁ କୋଲକାତାରେ ନକଲୀ ଟିକାକରଣ ରାକେଟ୍‌ର ପର୍ଦ୍ଦାଫାସ ହୋଇପାରିଛି। ଟିକାର ପ୍ରତିକୂଳ ପ୍ରଭାବ ଅନୁମାନ କରିବା ଲାଗି ଏହାର ଏବେ ପରୀକ୍ଷ ନିରିକ୍ଷା କରାଯାଉଛି। ତେବେ ଟିକାକୁ ନେଇ ଲୋକେ ଆତଙ୍କିତ ନ ହେବା ଲାଗି ଦିନକ ପୂର୍ବରୁ ମିମି ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.