ମିଳୁନି ନିଖୋଜ ମହିଳାଙ୍କ ପତ୍ତା, ଖାଦାନରୁ ମିଳିଲା ପିନ୍ଧା ଲୁଗା
6/04/2021 at 1:14 PM

ନୀଳଗିରି ୦୬।୦୪: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କାଠଗୋଚ୍ଛି ଅଞ୍ଚଳରେ ଚାଞ୍ଚଲ୍ୟ । ସୋମବାର ଠାରୁ ମିଳୁନି ଜଣେ ନିଖୋଜ ମହିଳାଙ୍କ ପତ୍ତା । ମିଳିଛି କେବଳ ତାଙ୍କ ପିନ୍ଧା ଲୁଗା । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ଅନୁଯାୟୀ, କାଠଗୋଚ୍ଛି ଗାଁର ଚମ୍ପା ସିଂହ ସୋମବାର ଠାରୁ ନିଖୋଜ ଅଛନ୍ତି । ଗତକାଲି କୌଣସି କାରଣରୁ ଘରେ ଝଗଡ଼ା ଲାଗିଥିଲା । ଏହାପରଠାରୁ ଚମ୍ପା କେଉଁଆଡେ ନିଖୋଜ ହୋଇଯାଇଥିଲେ । ତେବେ ଗାଁ ନିକଟରେ ଥିବା ପଥର ଖାଦାନରୁ ଚମ୍ପାଙ୍କ ପିନ୍ଧା ଶାଢି ମିଳିଛି । ଯାହାକି ଅଞ୍ଚଳରେ ଆଲୋଡନା ସୃଷ୍ଟି କରିଛି । ଖାଦାନ ଖାଲରେ ପାଣି ଭର୍ତ୍ତି ଥିବା ବେଳେ ସେ ବୁଡ଼ି ଯାଇପାରିଥାନ୍ତି ବୋଲି ଅନୁମାନ କରାଯାଇଛି। ଦମକଳ ବାହିନୀ ଆସି ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ମିଳୁନାହିଁ ।
Related Posts
ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
11 April 2021
ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
11 April 2021