ବିଦ୍ୟୁତ୍ ସର୍ଟ ସର୍କିଟରେ ଜଳିଗଲା ୩ ବଖରା ଘର, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପାଉଁଶ
17/04/2020 at 6:30 PM

ସୋର୧୭/୪: ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ୩ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ବାଳଙ୍ଗ ଗ୍ରାମରେ ବିଦ୍ୟୁତ୍ ସର୍ଟ ସର୍କିଟରେ ଜୟନ୍ତ ବିଶ୍ବାଳଙ୍କ ଘରେ ନିଆଁ ଲାଗି ଯାଇଥିଲା। ଖବର ପାଇ ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। କରୋନା ପାଇଁ ଲକ୍ ଡାଉନ ଥିବାରୁ କାମ ଧନ୍ଦା ହରାଇ ଜୟନ୍ତ ଘରେ ଅଭାବ ଅସୁବିଧାରେ ଦିନ କାଟୁଛନ୍ତି। ଏହି ସମୟରେ ତାଙ୍କ ଘରେ ନିଆଁ ଲାଗି ସବୁ ପୋଡି ଛାରଖାର ହୋଇ ଯାଇଛି। ଜୟନ୍ତଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ସୋର ତହସିଲଦାରଙ୍କୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021