୪୭ ଲକ୍ଷ ଟଙ୍କା ଓ ଗହଣା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର, ଥାନାର ଦ୍ବାରସ୍ଥ ହେଲା ସ୍ବାମୀ

Published By : Prameya-News7 Bureau | October 25, 2021 IST

ଇନ୍ଦୋର ୨୫/୧୦: କଥାରେ ଅଛି ପ୍ରେମ ଅନ୍ଧ । ପ୍ରେମକୁ ସାକାର କରିବାକୁ ସବୁ ସୀମା ସରହଦ ପାର କରିଯିବାକୁ ପ୍ରେମୀଯୁଗଳ ସର୍ବଦା ଚେଷ୍ଟିତ। ଏମିତି ଅନେକ ପ୍ରେମ କାହାଣୀ ଶୁଣିବାକୁ ମିଳେ। ଇନ୍ଦୋରରେ ଏମିତି ପ୍ରେମ କାହାଣୀ ସାମ୍ନାକୁ ଆସିଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୪୫ ବର୍ଷୀୟା ପ୍ରେମିକା ନିଜ ପ୍ରେମିକ ସହ ଫେରାର ହୋଇଯାଇଛି । କେବଳ ବୟସର ତାରତମ୍ୟ ନୁ​‌ହେଁ ବରଂ ଷ୍ଟାଟସ୍‌ରେ ବି ଆକାଶ ପାତାଳ ଫରକ ରହିଛି।

ଧନୀ  ଘରର ମହିଳା ରିକ୍ସାବାଲା ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ଏବେ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଘଟଣା ଇନ୍ଦୋରର ଖଜରାନା ଅଞ୍ଚଳରେ ଘଟିଛି। ମହିଳା ନିଜ ସହିତ ୪୭ ଲକ୍ଷ ଟଙ୍କା ଏବଂ ଅଳଙ୍କାର ନେଇ ପଳାଇଛନ୍ତି । ମହିଳା ଏବଂ ତାଙ୍କର ରିକ୍ସାବାଲା ପ୍ରେମିକଙ୍କ ଫୋନ୍‌ ଏବେ ସ୍ବିଚ୍‌ ଅଫ୍‌ ରହିଛି। ତାଙ୍କୁ ଖୋଜିବାକୁ ବହୁ ଚେଷ୍ଟା ବିଫଳ ହେବା ପରେ ମହିଳାଙ୍କ ସ୍ବାମୀ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ଶ୍ବଶୁର ଘର ଏବଂ ବାପ ଘର ପରିବାର ଧନୀ ଶ୍ରେଣୀୟ । ସେମାନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ମହିଳାଙ୍କ ଶ୍ବଶୁର ଘର ଲୋକେ ଜମି ବିକ୍ରି ଟଙ୍କା ଘରେ ରଖିଥିଲେ । ଏହି ଟଙ୍କା ନେଇ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.