Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରାଗିଗଲେ କୋଟିପତି, ଉଠାଇନେଲେ ୫.୮ କୋଟି : କହିଲେ,’ନୋଟ୍‌ ସବୁ ଗଣିକି ଦିଅ’

23/10/2021 at 5:55 PM

ନୂଆଦିଲ୍ଲୀ ୨୩/୧୦ : ଚୀନର ଜଣେ ଧନୀ ବ୍ୟବସାୟୀ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଯାଇ ଏମିତି ରାଗିଯାଇଛନ୍ତି ଯେ, ସେଠାରେ ସେଭିଂ ଆକାରରେ ରଖିଥିବା ସମସ୍ତ ଟଙ୍କାକୁ ଉଠାଇନେବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କ ମଧ୍ୟରେ ହାଇଡ୍ରାମା ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । ପ୍ରକୃତରେ ଘଟଣାଟି ଥିଲା ଏମିତି । ଚୀନର ଜଣେ ବ୍ୟବସାୟୀ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ । ସେ ବ୍ୟାଙ୍କରୁ ପ୍ରାୟ ୫ ମିଲିୟନ ୟନ୍‌ ଅର୍ଥାତ ୫.୮ କୋଟି ଟଙ୍କା ଉଠାଇଥିଲେ । ତେବେ ଟଙ୍କା ଉଠାଇ ଗଣୁଥିବା ସମୟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ବ୍ୟବହାରରେ ଅତିଷ୍ଟ ହୋଇ ଖୁବ ଜୋରରେ ଚିଲାଇଥି​‌ଲେ ।

millionaire withdraws money

ସାଂଘାଇର ଏକ ବ୍ୟାଙ୍କରୁ ୫.୮ କୋଟି ଟଙ୍କା ଉଠାଇବା ପରେ ଗଣିବା ଆରମ୍ଭ କରିଥିଲେ । ଏହି ସମୟରେ ମାସ୍କ ପିନ୍ଧିନଥିବାରୁ ଜଣେ ସିକ୍ୟୁରିଟି ତାଙ୍କୁ ମାସ୍କ ପିନ୍ଧିବା ପାଇଁ କହିଥିଲେ । ଏତିକିରେ ବ୍ୟବସାୟୀ ଜଣକ ରାଗିଯାଇଥିଲେ ଏବଂ ବ୍ୟାଙ୍କକୁ ଟଙ୍କା ଗଣିବା ପାଇଁ କହିଥିଲେ । କେବଳ ସେତିକି ନୁହେଁ ସିକ୍ୟୁରିଟି ଗାର୍ଡଙ୍କ ବ୍ୟବହାରରେ ସେ ଏତେ ଅତିଷ୍ଟ ହୋଇଯାଇଥିଲେ ଯେ, ସେହି ବ୍ୟାଙ୍କରେ ସେଭିଂ ଆକାରରେ ରଖିଥିବା ସମସ୍ତ ଟଙ୍କାକୁ ପ୍ରତିଦିନ ଆସି ଉଠାଇ ଅନ୍ୟ ବ୍ୟାଙ୍କରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଘଟଣାକୁ ନେଇ ଉକ୍ତ ବ୍ୟବସାୟୀ ଜଣକ କହିଛନ୍ତି, ‘ବ୍ୟାଙ୍କର ଏଭଳି ବ୍ୟବହାର ଦେଖି ମୁଁ ଅତିଷ୍ଟ ହୋଇଯାଇଛି । ତେଣୁ ମୁଁ ସେହି ବ୍ୟାଙ୍କରେ ରଖିଥିବା ସମସ୍ତ ଟଙ୍କା ଉଠାଇ ଅନ୍ୟ ବ୍ୟାଙ୍କରେ ରଖିବାକୁ ନିଷ୍ପତ୍ତି ନେଇଛି ।’ ବ୍ୟାଙ୍କରୁ ଏତେ ପରିମାଣର ଟଙ୍କା ଉଠାଇବା ପରେ ଏଭଳି ଘଟଣା ଘଟିଥିଲା । ବ୍ୟାଙ୍କକୁ ନୋଟ୍‌ ଗଣିଦେବା ପାଇଁ ବ୍ୟବସାୟୀ ଜଣକ କହିବା ପରେ ବ୍ୟାଙ୍କର ୨ ଜଣ କର୍ମଚାରୀ ଟଙ୍କା ଗଣିଥିଲେ । ଏଥିପାଇଁ ସେମାନଙ୍କୁ ୨ ଘଣ୍ଟାର ସମୟ ଲାଗିଥିଲା ।

ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ବ୍ୟାଙ୍କ କହିଛି ଯେ, ବ୍ୟବସାୟୀ ଜଣଙ୍କୁ ବ୍ୟାଙ୍କରେ ନିୟୋଜିତ ସିକ୍ୟୁରିଟି ଗାର୍ଡ କେବଳ ମାସ୍କ ପିନ୍ଧିବା ପାଇଁ କହିଥିଲେ । କିନ୍ତୁ ଏଥିରେ ହଠାତ୍‌ ରାଗିଯାଇଥି​‌ଲେ ସେ । ବ୍ୟାଙ୍କର କୌଣସି କର୍ମଚାରୀ କଷ୍ଟୋମର ସର୍ଭିସ୍‌ ଗାଇଡଲାଇନ୍‌ ଉଲ୍ଲଂଘନ କରିନାହାନ୍ତି ।

millionairewithdrawsmoney

   

   Related Posts