ଏଥିପାଇଁ ଢାବାରେ ଅଇଁଠା ବାସନ ମାଜୁଥିଲା ହଜାରେ କୋଟିର ମାଲିକଙ୍କ ପୁଅ

Published By : Prameya-News7 Bureau | November 06, 2019 IST

ଶିମଲା - ଗୁଜୁରାଟର ଜଣେ ତେଲ ବ୍ୟବସାୟୀଙ୍କ ପୁଅ କିଛି ଦିନ ତଳେ ଘରୁ କଲେଜକୁ ଯିବା ସମୟରେ ନିଖୋଜ ହୋଇଯାଇଥିଲା । ଅକ୍ଟୋବର ୧୪ ତାରିଖରେ ହଜାର ହଜାର କୋଟି ଟଙ୍କାର ମାଲିକ ଠକ୍କରଙ୍କ ପୁଅ ଦ୍ୱାରେକଶ ଠକ୍କର ନିଖୋଜ ହୋଇଯାଇଥିଲା । ଏହାପରେ ପୁଲିସରେ ନିଖୋଜ ମାମଲା ରୁଜୁ ହୋଇଥିଲା । ପରେ ତାଙ୍କୁ ଶିମଲାରେ ଥିବା ଏକ ରାସ୍ତା ପାଖ ଢାବାରେ ଅଇଁଠା ବାସନ ମାଜୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଉଦ୍ଧାର ହେବା ପରେ ସେ ଜାଣିଶୁଣି ଘର ଛାଡି ଦେଇଥିବା କଥା କହିଛନ୍ତି । ତାଙ୍କୁ ପାଠ ପଢିବାପାଇଁ ଭଲ ଲାଗୁ ନଥିଲା । ମାତ୍ର ଘର ତାଙ୍କୁ କଲେଜ ପଢା ସମ୍ପୂର୍ଣ୍ଣ କରିବା ପାଇଁ ଚାପ ପ୍ରୟୋଗ କରିଥିଲେ । ଏହାପରେ ସେ ଘର ଛାଡିବା ପାଇଁ ଚିନ୍ତା କରିଥିଲେ । ଅକ୍ଟୋବର ୧୪ ତାରିଖରେ ସେ କଲେଜ୍‌ ଯିବା ବଦଳରେ ରେଳ ଷ୍ଟେସନ୍‌କୁ ଯାଇଥିଲେ । ସେଠାରୁ ଟ୍ରେନ୍‌ରେ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରୁ ସେ ଶିମଲା ପଳାଇଥିଲ । ସେଠାରେ ସେ ରାସ୍ତାରେ ଥିବା ଏକ ଢାବାରେ କାମ କରୁଥିଲେ ।

ଅଇଁଠା ବାସନ ମାଜିବା ସହ ଲୋକଙ୍କ ପ୍ଲେଟରେ ବଳି ପଡୁଥିବା ଖାଦ୍ୟ ଖାଉଥିଲେ। ତାଙ୍କ ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରିଥିଲେ । ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା । ପରେ ଜଣେ ଅଟୋ ଡ୍ରାଇଭର୍‌ ତାଙ୍କ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସେ ତାଙ୍କୁ ଷ୍ଟେସନ୍‌ରେ ଛାଡିଥିବା କଥା କହିଥିଲେ । ପରେ ପୁଲିସ ବିଭିନ୍ନ ଅନୁସନ୍ଧାନ କରି ଷ୍ଟେସନରେ ଲାଗିଥିବା ସିସି ଟିଭି ଫୁଟେଜ୍‌ ଯାଞ୍ଚ କରି ସେ ଦିଲ୍ଲୀ ଓ ଦିଲ୍ଲୀରୁ ଶିମଲା ଯାଇଥିବା କଥା ଜାଣିବାରୁ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.