ଭଦ୍ରକ: ଧାନ ସଂଗ୍ରହ ପାଇଁ ମିଲର ଦେଉ ନାହାନ୍ତି ବସ୍ତା, ଏପଟେ ଧାନ ଦେଉ ନାହାନ୍ତି ଚାଷୀ

Published By : Prameya-News7 Bureau | December 23, 2020 IST

ଭଦ୍ରକ୨୩/୧୨:  ଧାନ ସଂଗ୍ରହ କରୁଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହେଲେ କେତେକ ଚାଷୀ  ଧାନ ଦେଉ ନାହାନ୍ତି। ଧାନ ସଂଗ୍ରହ ଦାୟିତ୍ଵରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ଧାନ ପାଇଁ ବସ୍ତା ମିଳୁ ନାହିଁ । ଏପଟେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କହିବା କଥା ଯେ, ମିଲର ତାଙ୍କୁ ବସ୍ତା ଦେଉ ନାହାନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ପାଟୁଳି ପଞ୍ଚାୟତରୁ ଏମିତି ଅଭିଯୋଗ ଆସିଛି ।

ଅଭିଯୋଗ ଅନୁଯାୟୀ ପାଟୁଳି ପଞ୍ଚାୟତରେ ଧାନ ସଂଗ୍ରହ କରିବା ଦାୟିତ୍ଵ ମନ୍ତ୍ରବାସିନୀ ମହିଳା ସୋୟାଂସହାୟକ ଗୋଷ୍ଠୀ ନେଇଛନ୍ତି। କିନ୍ତୁ ଧାନ ସଂଗ୍ରହ ବେଳେ ଚାଷୀଙ୍କୁ ବସ୍ତା ଦିଆଯାଉ ନାହିଁ। ଚାଷୀଙ୍କ ଠାରୁ ମଧ୍ୟ ଅଧିକ ଚାର୍ଜ ନିଆଯାଉଥିବା କହୁଛନ୍ତି ଚାଷୀ ।

ଏମିତି ଅସୁବିଧା ପାଇଁ ଅନେକ ଚାଷୀ ଧାନ ଦେଇନାହାନ୍ତି ।ଅନ୍ୟପଟେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଫୋନ ଯୋଗେ କହୁଛନ୍ତି ଯେ ସେମାନେ ମିଲରଙ୍କୁ ବହୁ ଥର ଅନୁରୋଧ କରିଛନ୍ତି । କିନ୍ତୁ ମିଲରମାନେ ତାଙ୍କୁ ବସ୍ତା ଦେଉନାହାନ୍ତି । ଏମିତି କାଳେ ଜିଲ୍ଲା ସାରା ହେଉଛି । ବସ୍ତା ବାବଦକୁ ୭୦୦ ଗ୍ରାମ ଧାନ ଅଧିକ ଓଜନରେ ଯୋଡୁଛନ୍ତି ମିଲର । କିନ୍ତୁ ଚାଷୀଙ୍କ କହିବା କଥା ଏହି ଅବସ୍ଥା କେବଳ ଏହି ବର୍ଷର ନୁହେଁ । ପୂର୍ବ ବର୍ଷ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.