ଦୁର୍ଘଟଣାରେ ୨ ଖଣ୍ଡ ହୋଇଗଲା ମିଲ୍କି ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

Published By : Prameya-News7 Bureau | October 29, 2021 IST

ବାଲିପାଟଣା ୨୯।୧୦: ଦୁର୍ଘଟଣାରେ ଦୁଇ ଖଣ୍ଡ ହୋଇଗଲା ଭ୍ୟାନ୍ । କ୍ଷୀର ନେଇ ଯାଉଥିବା ବେଳେ ଭ୍ୟାନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

{"id":534957,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଭୋର୍ ସମୟରେ ମିଲ୍କି ମନ୍ତ୍ରର ଏକ ଭ୍ୟାନ୍ ବାଲିପାଟଣା ଥାନା ବାଲିପାଟଣା-ନିମାପଡ଼ା ରାସ୍ତା ଆଇତଳଙ୍ଗ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ଭାରସାମ୍ୟ ହରାଇ ପଥରଗଦାରେ ପିଟି ହୋଇଯାଇଥିଲା । ଏଥିରେ ଭ୍ୟାନ୍‌ଟି ଦୁଇ ଖଣ୍ଡ ହୋଇଯାଇଛି । ଗାଡ଼ିରେ ଥିବା ଡ୍ରାଇଭର ଏବଂ ହେଲ୍‌ପର ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.