Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପଞ୍ଚଭୂତରେ ବିଲୀନ ‘ଫ୍ଲାଇଂ ଶିଖ୍‌’ ମିଲଖା ସିଂହ : ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର, ଶେଷ ଦର୍ଶନ କଲେ ବିଶିଷ୍ଟ ବ୍ୟକ୍ତି

19/06/2021 at 7:35 PM

ଚଣ୍ଡିଗଡ ୧୯/ ୦୬ : ଭାରତର ମହାନ ଧାବକ ମିଲଖା ସିଂହଙ୍କର ଚଣ୍ଡିଗଡରେ ରାଜକୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଛି । ଚଣ୍ଡିଗଡର ମଟକା ଚୌକ ସ୍ଥିତ ସ୍ମଶାନ ଘାଟରେ ମିଲଖା ସିଂହଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଫ୍ଲାଇଂ ଶିଖଙ୍କ ଅନ୍ତିମ ସଂସ୍କାର ନିକଟରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ, ପଞ୍ଜାବ ଗଭର୍ଣ୍ଣର ଏବଂ ପଞ୍ଜାବର କ୍ରୀଡାମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବାସଭବନକୁ ଯାଇ ମିଲଖା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ମିଲଖା ସିଂହଙ୍କ ନିଧନରେ ପଞ୍ଜାବରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଚଣ୍ଡିଗଡର ପିଜିଆଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ୫ ଦିନ ପୂର୍ବରୁ ମିଲଖା ସିଂହଙ୍କ ପତ୍ନୀ ନିର୍ମଳା କୌରଙ୍କର ମଧ୍ୟ କରୋନାରେ ଦେହାନ୍ତ ହୋଇଥିଲା ।
ମିଲଖା ସିଂଙ୍କ ଦେହାନ୍ତରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ‘ କ୍ରୀଡାର ମହାନାୟକ କିମ୍ବଦନ୍ତୀ ମିଲଖା ସିଂହଙ୍କ ଦେହାନ୍ତରେ ମୁଁ ଦୁଃଖିତ । ତାଙ୍କ ପରିବାର ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ସମବେଦନା । ମିଲଖା ସିଂହଙ୍କ ସଂଗ୍ରାମ ଏବଂ ସଂଘର୍ଷର କାହାଣୀ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ।’

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟକରି ଲେଖିଛନ୍ତି, ‘ମିଲଖା ସିଂ ଙ୍କ ମୃତ୍ୟୁରେ, ଆମେ ଜଣେ ମହାନ ଖେଳାଳିଙ୍କୁ ହରାଇଛୁ ଯିଏକି ଅସଂଖ୍ୟ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିଲେ । ତାଙ୍କର ପ୍ରେରଣାଦାୟକ ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ଲକ୍ଷ ଲକ୍ଷ ଲୋକ ଭଲ ପାଉଥିଲେ । ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ । କିଛି ଦିନ ପୂର୍ବରୁ ମିଲଖା ସିଂ ସହ କଥା ହୋଇଥିଲି ଏବଂ ଜଣାନଥିଲା ତାହା ଶେଷ କଥା ହେବ। ଅନେକ ବଡ ଖେଳାଳୀ ତାଙ୍କ ଠାରୁ ପ୍ରେରଣା ପାଇବେ । ତାଙ୍କ ପରିବାର ଏବଂ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କୁ ମୋର ସମବେଦନା।’
ଏସୀୟ ଗେମ୍ସରେ ଚାରିଥର ସ୍ୱର୍ଣ୍ଣ ପଦକ ବିଜେତା ମିଲଖା ସିଂହ ୧୯୫୮ କମନୱେଲଥ ଗେମ୍ସରେ ମଧ୍ୟ ପଦକ ହାସଲ କରିଥିଲେ। ୧୯୬୦ ରୋମ୍ ଅଲିମ୍ପିକ୍ସ ଥିଲା ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଯେଉଁଥିରେ ସେ ୪୦୦ ମିଟର ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସେ ୧୯୫୬ ଏବଂ ୧୯୬୪ ଅଲିମ୍ପିକ୍ସରେ ମଧ୍ୟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କୁ ୧୯୫୯ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

   Related Posts