Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘ଫ୍ଲାଇଙ୍ଗ୍ ଶିଖ୍’ ନାମରେ ପ୍ରସିଦ୍ଧ ମିଲ୍ଖା ସିଂ କରୋନା ସଂକ୍ରମିତ, କହିଲେ- ମୋର କୌଣସି ଲକ୍ଷଣ ନାହିଁ

20/05/2021 at 6:17 PM

ନୂଆଦିଲ୍ଲୀ ୨୦/୦୫: ‘ଫ୍ଲାଇଙ୍ଗ୍ ଶିଖ୍’ ନାମରେ ଜଣାଶୁଣା ୯୧ ବର୍ଷିୟ ମିଲ୍ଖା ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସେ ଚଣ୍ଡିଗଡ଼ରେ ଥିବା ତାଙ୍କ ବାସଭବନରେ ଅଲଗା ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମିଲ୍ଖା ସିଂଙ୍କର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ମିଲ୍ଖା ସିଂ କହିଛନ୍ତି ଯେ ଆମର କିଛି ହେଲ୍ପର ପଜିଟିଭ ହୋଇଛନ୍ତି, ତେଣୁ ପରିବାରର ସମସ୍ତ ସଦସ୍ୟଙ୍କୁ ଟେଷ୍ଟ କରାଯାଇଛି, କିନ୍ତୁ କେବଳ ମୋର ରିପୋର୍ଟ ପଜିଟିଭ ଆସିଛି । ସେ କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ଭଲ ଅଛି ଏବଂ କୌଣସି ଜ୍ୱର କିମ୍ବା କଫ ନାହିଁ। ମୋର ଡାକ୍ତର କହିଛନ୍ତି, ତିନିରୁ ଚାରି ଦିନ ମଧ୍ୟରେ ମୁଁ ଭଲ ହୋଇଯିବି। ମୁଁ ମଧ୍ୟ ଗତକାଲି ଜଗିଂ କରିବାକୁ ମଧ୍ୟ ଯାଇଥିଲି ।

PunjabKesari

ମିଲଖା ସିଂଙ୍କ ଜୀବନୀ ଉପରେ ‘ଭାଗ ମିଲ୍ଖା ଭାଗ’ ନାମକ ଏକ ଫିଲ୍ମ ମଧ୍ୟ ତିଆରି ହୋଇସାରିଛି। ଏହି ଫିଲ୍ମରେ ମିଲ୍ଖା ସିଂଙ୍କ ଚରିତ୍ର ଫରହାନ ଅଖତର ଗ୍ରହଣ କରିଥିଲେ। ଏହି ଫିଲ୍ମକୁ ଦେଖି ଯୁବ ପିଢି ଖୁବ୍ ପ୍ରଭାବିତ ହୋଇଥିଲେ।

୧୯୫୮ ମସିହାରେ ମିଲ୍ଖା ସିଂ ସ୍ୱାଧୀନ ଭାରତ ଇତିହାସରେ କମନୱେଲଥ ଗେମ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ବ୍ୟତୀତ ମିଲ୍ଖା ଏସିଆନ୍ ଗେମ୍ସରେ ୨ଟି ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ଆର୍ମୀର ସ୍ୱତନ୍ତ୍ର ତାଲିମ ଚୟନ ପରେ ମିଲ୍ଖା ସିଂ ୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସ, ୧୯୬୦ ରୋମ ଅଲିମ୍ପିକ୍ସ ଏବଂ ୧୯୬୪ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଦେଶ ପାଇଁ ଐତିହାସିକ ପଦକ ଜିତିଥିଲେ।

   Related Posts