ଗାଈ କ୍ଷୀରର ଦଶ ଗୁଣ ଅଧିକ ଗୋମୂତ୍ର : କିଲୋ ପ୍ରତି ୫୦୦ ଟଙ୍କା ଗାଈ ଗୋବର

Published By : Prameya-News7 Bureau | March 18, 2020 IST

କୋଲକାତା ୧୮/୦୩ : କରୋନା ଭୟ ସାରା ଦୁନିଆରେ ବ୍ୟାପିବାରେ ଲାଗିଛି | ଅନେକ ଦେଶରେ ଏହାକୁ ମହାମାରୀ ଘୋଷଣା କରାଯାଇଛି | କଡ଼ା ଭାଇରସ ଅନେକ ଦେଶକୁ ପ୍ରଭାବିତ କରିଛି | ଦେଶର ପ୍ରାୟ ୧୫ଟି ରାଜ୍ୟରେ କରୋନା ନିଜର କାୟା ବିଷ୍ଟା କରି ସାରିଲାଣି | ସରକାର ମଧ୍ୟ ଏହି ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି | କରୋନା ଭାଇରସର ଚିକିତ୍ସାକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା | 

{"id":240138,"sizeSlug":"large"}

ଲାଇବ ମିଣ୍ଟ ଖବର ଅନୁଯାୟୀ, ଭାରତରେ କରୋନା ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଗୋମୂତ୍ର ଏକ ସହଜ ଉପାୟ ବୋଲି ବିଶ୍ୱାସ କରାଯାଉଛି | ସେଥିପାଇଁ ବର୍ତ୍ତମାନ ଗୋମୂତ୍ରର ଚାହିଦା ବଢ଼ିବାରେ ଲାଗିଛି | ଗୋମୂତ୍ର ଲିଟର ପିଛା ୫୦୦ ଟଙ୍କା ଓ ଏଇ ଗୋବର କିଲୋ ପ୍ରତି ୫୦୦ ଟଙ୍କା ବିକ୍ରି ହେଉଛି | ଯାଏ କ୍ଷୀର ବିକାଳୀଙ୍କ କହିବାନୁଯାୟୀ, ପଶ୍ଚିମବଙ୍ଗ ରାଜଧାନୀରୁ ୨୦ କିମି ଦୂର ରାସ୍ତାକଡରେ ସେ ନିଜ ଦୋକାନ କରିଛନ୍ତି | ଏହି ଦୋକାନରେ ସେ ଗୋମୂତ୍ର ଓ ଗୋବର ବିକ୍ରି କରୁଛନ୍ତି |   

{"id":240139,"sizeSlug":"large"}

କ୍ଷୀର ବିକ୍ରି କରି ସେ ଯେତିକି ଆୟ କରୁଥିଲେ ତାଠାରୁ ଅଧିକ ସେ ଗୋମୂତ୍ର ଓ ଗୋବର ବିକ୍ରି କରି ଆୟ କରୁଛନ୍ତି ବୋଲି ସ୍ୱୀକାର କରିଛନ୍ତି | କ୍ଷୀର ତୁଳନାରେ ଗୋବର ଓ ଗୋମୂତ୍ରରୁ ତାଙ୍କର ଆୟ ୧୦ ଗୁଣ ଅଧିକ | ୧୯ ନମ୍ବର ଜାତୀୟ ରାଜପଥ ରାସ୍ତାରେ ତାଙ୍କ ଦୋକାନ ଅବସ୍ଥିତ | ଏହି ରାସ୍ତା କୋଲକାତାରୁ ଦିଲ୍ଲୀକୁ ଯାଏ | ଗୋମୂତ୍ର ଓ ଗୋବରର ଚାହିଦାକୁ ଦୃଷ୍ଟିରେ ରଖି ନିଜ ଦୋକାନରେ ସେ ଗୋବର ଓ ଗୋମୂତ୍ର ମହଜୂତ ରଖିଛନ୍ତି |

{"id":240140,"sizeSlug":"large"}

ନିଜ ଦୋକାନରେ ସେ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି ଯେଉଁଥିରେ ଲେଖାଯାଇଛି ଗୋମୂତ୍ର ପିଅନ୍ତୁ ଏବଂ କରୋନା ଭାଇରସରୁ ନିଜକୁ ସୁରକ୍ଷିତ ରଖନ୍ତୁ | ଦିଲ୍ଲୀରେ ହିନ୍ଦୁ ମହାସଭା ଦ୍ୱାରା ଆୟୋଜିତ ଏକ ଗୋମୂତ୍ର ପାର୍ଟିରୁ ତାଙ୍କୁ ଏହି ଉପଦେଶ ମିଳିଥିଲା ବୋଲି ସେ ଅହିଛନ୍ତି |

{"id":240141,"sizeSlug":"large"}

ଦୋକାନୀଙ୍କ ନାଁ ହେଲା ମବୁଦ ଅଲି | ଅଲିଙ୍କ ପାଖରେ ଦୁଇଟି ଗାଈ ଅଛି, ଗୋଟିଏ ଦେଶୀ ଓ ଅନ୍ୟଟି ଜର୍ସି | କ୍ଷୀର ବିକ୍ରି କରି ସେ ଜୀବନଯାପନ କରୁଥିଲେ | କିନ୍ତୁ ଯେତେବେଳେ ସେ ଟିଭିରେ ଗୋମୂତ୍ର ପାର୍ଟି ଦେଖିଲେ, ସେତେବେଳେ ସେ ଭାବିଲେ ଗୋମୂତ୍ର ଓ ଗୋବର ବିକ୍ରି କରି ସେ ଅଧିକ ଆୟ କରିପାରିବେ | ଏହାପରେ ସେ ଗୋମୂତ୍ର ଓ ଗୋବର ବିକ୍ରି କରିବା ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ଆୟ ମଧ୍ୟ ଭଲ ହୋଇଥିଲା |

{"id":240142,"sizeSlug":"large"}

ତେବେ ଜର୍ସି ଗାଈର ଗୋବର ଓ ଗୋମୂତ୍ର ଦେଶୀ ଗାଈ ଗୋମୂତ୍ର ଓ ଗୋବର ଠାରୁ ଶସ୍ତା | ତାଙ୍କ କହିବାନୁଯାୟୀ, ଜର୍ସି ଗାଈ ଭାରତୀୟ ଗାଈ ଭଳି ସୁଦ୍ଧା ନୁହଁ | ସେଥିପାଇଁ ଜର୍ସିର ଗୋମୂତ୍ର ଓ ଗୋବର ଅଧିକ ଲଭଦାୟୀ ନୁହଁ | ସେଥିପାଇଁ ଲୋକେ ଦେଶୀ ଗାଈର ଗୋବର ଓ ଗୋମୂତ୍ରର ଚାହିଦା ଅଧିକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.