Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଖାଉଟିଙ୍କୁ ମହଙ୍ଗା ମାଡ: ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର ଦାମ୍

10/07/2021 at 2:39 PM

ନୂଆଦିଲ୍ଲୀ ୧୦/୦୭ : ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇଛି | କ୍ଷୀର କମ୍ପାନୀ ମଦର ଡାୟରୀ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ଦିଲ୍ଲୀ ସମେତ ଅନ୍ୟ ସହରରେ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ଏହି ନୂଆ ଦର ଆସନ୍ତାକାଲିଠୁ ଲାଗୁ ହେବ। ଏହା ପୂର୍ବରୁ କମ୍ପାନୀ ୨୦୧୯ ଡିସେମ୍ବର କ୍ଷୀର ଦାମ ବୃଦ୍ଧି କରିଥିଲା। ରାଜଧାନୀ ଦିଲ୍ଲୀରେ ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ ମଦର ଡାୟରୀ କ୍ଷୀର ବିକ୍ରି ହୋଇଥାଏ। ଏହା ପୂର୍ବରୁ ଅମୁଲ କମ୍ପାନୀ ଜୁଲାଇ ୧ ତାରିଖରୁ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି।

ବର୍ତ୍ତମାନ ମଦର ଡାୟରୀର ଟୋନ୍ଡ ମିଲ୍କ ଏକ ଲିଟର ୪୨ ଟଙ୍କାରୁ ବଢି ୪୪ ଟଙ୍କା ହୋଇଛି। ଫୁଲ କ୍ରିମ୍ ମିଲ୍କ ଏକ ଲିଟରକୁ ୫୫ ରୁ ୫୭ ଟଙ୍କା ହୋଇଛି। ୪୭ ଟଙ୍କାରେ ମିଳୁଥିବା ଗାଈ କ୍ଷୀର ଲିଟରକୁ ୪୯ ଟଙ୍କା ହୋଇଛି।

ମଦର ଡାୟରୀ ନିଜ ବୟାନରେ କହିଛି, ୨୦୨୧ ଜୁଲାଇ ୧୧ ତାରିଖରୁ ଦିଲ୍ଲୀ-ଏନସିଆରରେ କ୍ଷୀର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ବାଧ୍ୟ ହୋଇଛି। ନୂଆ ଦାମ ସବୁ କ୍ଷୀର ଭାରିଏଣ୍ଟ ପାଇଁ ଲାଗୁ ହେବ। କମ୍ପାନୀ ମୁଦ୍ରାସ୍ପିତି ଚାପ ଦେଇ ଗତି କରୁଛି ଯାହା ଗତ ବର୍ଷେ ହେଲା ଅନେକ ଗୁଣ ବଢିଯାଇଛି। ତାଛଡା ମହାମାରୀ ଯୋଗୁଁ କ୍ଷୀର ଉତ୍ପାଦନ ସଙ୍କଟରେ ରହିଛି।

ମଦର ଡାୟରୀ କହିଛି ଯେ ଗତ ୩-୪ ସପ୍ତାହରେ କେବଳ କ୍ଷୀର ଚାଷ ଦାମ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷେ ହେଲା କ୍ଷୀର କିଣିବାକୁ ଅଧିକ ଦେୟ ଦେବାକୁ ପଡୁଛି। ଅଧିକ ଦେୟ ଦେବା ସତ୍ତ୍ୱେ ଉପଭୋକ୍ତା ଦର ସମାନ ରଖାଯାଇଥିଲା। ଏହି ସଂଶୋଧନ ପରେ କ୍ଷୀର ଦାମରେ ୪ ପ୍ରତିଶତ ସଂଶୋଧନ କରାଯାଇଛି।

   Related Posts