ଟମାଟୋ ଓ କଞ୍ଚାଲଙ୍କା ପରେ କ୍ଷୀର ପାଇଁ ଡହଳବିକଳ ପାକିସ୍ତାନ : କ୍ଷୀର ଲିଟର ପିଛା ୧୮୦ ଟଙ୍କା, ଲୋକେ ଅସନ୍ତୋଷ

Published By : Prameya-News7 Bureau | April 12, 2019 IST

ନୂଆଦିଲ୍ଲୀ ୧୨/୪ : ପୁଲୱାମା ହମଲା ପରଠାରୁ ପାକିସ୍ତାନର ସମସ୍ୟା ଥମିବାର ନାଁ ନେଉନାହିଁ | ଦିନକୁ ଦିନ ନୂଆ ନୂଆ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ | ପୁଲୱାମା ହମଲା ପରେ ଭାରତ ପାକିସ୍ତାନକୁ ପରିବା ଯୋଗାଇବା ବନ୍ଦ କରିଦେଇଥିଲା | ଯାହାଫଳରେ ପାକିସ୍ତାନରେ ପରିବା ଦର ଆକାଷଛୁଆଁ ହୋଇଯାଇଥିଲା | ଟମାଟୋ କିଲୋ ୧୬୦ ଟଙ୍କା ହୋଇଥିବାବେଳେ କଞ୍ଚା ଲଙ୍କା କିଲୋ ୪୦୦ ଟଙ୍କା ହୋଇଯାଇଥିଲା | ଏବେ ପାଳି ପଡିଛି କ୍ଷୀରର |

{"id":102902}

ପାକିସ୍ତାନରେ ଏବେ କ୍ଷୀର ଦର ବଢିଯିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | କରାଚୀ ଡାଏରୀ ଫାର୍ମ ଆସୋସିଏସନ କ୍ଷୀର ଦର ଲିଟର ପ୍ରତି ୨୩ ଟଙ୍କା ବଢ଼ାଇ ଦେଇଛନ୍ତି | ଯାହାଫଳରେ କ୍ଷୀର ଲିଟର ପିଛା ୧୨୦ ଟଙ୍କା ହୋଇଯାଇଛି | ଖୁଚୁରା ବଜାରରେ କ୍ଷୀର ଲିଟର ପ୍ରତି ୧୦୦ ରୁ ୧୮୦ ଟଙ୍କା ବିକ୍ରି ହେଉଛି |

{"id":102904}


ପାକିସ୍ତାନରେ ଟଙ୍କାର ମୂଲ୍ୟ ଭାରତୀୟ ମୁଦ୍ରା ତୁଳନାରେ ପାଖାପାଖି ଅଧା | ପାକିସ୍ତାନ ସୂଚନା ଅନୁଯାୟୀ, ଡ଼ାଇରୀ ଫାର୍ମ ଆସୋସିଏସନ ପୂର୍ବରୁ ମଧ୍ୟ ଅନେକଥର ସରକାରଙ୍କୁ ଅନୁରୋଧ କରିଥିଲା ଯେ, କ୍ଷୀର ମୂଲ୍ୟ ବଢ଼ାଇ ଦିଆଯାଉ | କିନ୍ତୁ ସରକାର ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା | ସେଥିପାଇଁ ଆସୋସିଏସନ ନିଜେ ଏହି ନିର୍ଣ୍ଣୟ ନେଇଛି | ଯେହେତୁ ଚାରା ମୂଲ୍ୟ ବଢି ଯାଇଛି ସେଥିପାଇଁ ସେମାନେ ବାଧ୍ୟ ହୋଇ କ୍ଷୀର ଦର ବଢ଼ାଇ ଦେଇଛନ୍ତି ବୋଲି କହିଛନ୍ତି ଜଣେ ଅଧିକାରୀ |

{"id":102905}

ଅପରପକ୍ଷରେ ପ୍ରଶାସନ ଆସୋସିଏସନର ଏହି ପଦକ୍ଷେପକୁ ଭୁଲ ବୋଲି କହିଛି | ଖୁଚୁରା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ପ୍ରଶାସନ କ୍ଷୀର ଲିଟର ପିଛା ୯୪ ଟଙ୍କା ହେବ ବୋଲି ନିର୍ଣ୍ଣୟ ନେଇଛି | ଏହା ସତ୍ୱେ ଖୁଚୁରା ବ୍ୟବସାୟୀ କ୍ଷୀର ୧୮୦ ଟଙ୍କା ଲିଟରରେ ବିକ୍ରି କରୁଛନ୍ତି | ତେବେ ମହଙ୍ଗା ଦାମରେ କ୍ଷୀର ବିକ୍ରି କରୁଥିବା ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନରଙ୍କୁ କୁହାଯାଇଛି | ଜଣେ ଦୋକାନୀଙ୍କୁ ଗିରଫ ମଧ୍ୟ କରାଯାଇଛି |

{"id":102906,"width":578,"height":385}


ସୂଚନାଯୋଗ୍ୟ ଯେ, ଗତ ୫ ବର୍ଷ ମଧ୍ୟରେ ପାକିସ୍ତାନର ମହଙ୍ଗା ଦର ରେକର୍ଡ ସ୍ଥରକୁ ପହଁଚି ଯାଇଛି | ମାର୍ଚ୍ଚ ମାସରେ ମହଙ୍ଗା ଦର ୯.୪ ପ୍ରତିଶତ ବଢି ଯାଇଥିଲା | ତେଲ ଦର ବଢ଼ିଯିବ ଯୋଗୁଁ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ୧୦.୭୫ ପ୍ରତିଶତକୁ ବୃଦ୍ଧି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.