ଏଣିକି ମଧ୍ୟାହ୍ନ ଭୋଜନରେ ଦିଆଯିବ ପନିର ଭଳି ଦୁଗ୍ଧଜାତ ଦ୍ରବ୍ୟ !

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର ୧୦।୯: ଏଣିକି ମଧ୍ୟାହ୍ନ ଭୋଜନରେ ଦିଆଯିବ ଦୁଗ୍ଧଜାତ ଦ୍ରବ୍ୟ । ଦୁଗ୍ଧଜାତ ଦ୍ରବ୍ୟ ଦେବାକୁ ଯୋଜନା ରଖାଯାଇଥିବା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବା ନେଇ ଆସିଥିବା ପ୍ରସ୍ତାବକୁ ସରକାର ତର୍ଜମା କରୁଛନ୍ତି । ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏପରି ହେଲେ ରାଜ୍ୟର ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.