ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କା: ଟ୍ୱିଟରରେ ଟ୍ରେଣ୍ଡ୍ ହେଉଛି ଖବର

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭/୦୨ : ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ସାଧାରଣ ଜନତା। କେବଳ ପେଟ୍ରୋଲ-ଡିଜେଲ ନୁହେଁ ବରଂ ଖାଇବା ତେଲ, ଡାଲି, ମସଲା ଆଦିର ମଧ୍ୟ ଦାମ ବୃଦ୍ଧି ପାଇଛି ଯେଉଁଥିପାଇଁ ଖାଉଟି ହନ୍ତସନ୍ତ ହେଉଛନ୍ତି। ଇତି ମଧ୍ୟରେ ଖବର ଆସିଛି ଯେ କ୍ଷୀର ଦାମ ୧୦୦ ପାର ହେବାକୁ ଯାଉଛି। ଟ୍ୱିଟରରେ ଏକ ହ୍ୟାସଟ୍ୟାଗ୍ ୧ ମାର୍ଚ୍ଚରୁ କ୍ଷୀର ଲିଟର ୧୦୦ ଟ୍ରେଣ୍ଡ ହେଉଛି। ଏହି ଟ୍ୱିଟ୍ ଅନୁସାରେ ଦାବି କରାଯାଉଛି ଯେ ମାର୍ଚ୍ଚ ୧ ତାରିଖରୁ କ୍ଷୀର ଦାମ ଲିଟର ପ୍ରତି ୧୦୦ ଟଙ୍କା ହୋଇଯିବ। ଦିଲ୍ଲୀ ସିଂଘୁ ସୀମାରେ ଆନ୍ଦୋଳନ କରୁଥିବା କୃଷକ ନେତା ମଲକିତ ସିଂହଙ୍କ ତରଫରୁ ଏହି ଟ୍ୱିଟ କରାଯାଇଛି। ତେବେ ଖବରଟି କେତେ ସତ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।

wp:embed {"url":"https://twitter.com/UmeshMe97656768/status/1365523179096076289","type":"rich","providerNameSlug":"twitter","responsive":true,"className":""}
https://twitter.com/UmeshMe97656768/status/1365523179096076289
/wp:embed

ଆଜିକା ସମୟରେ କୌଣସି ଖବର ଭାଇରାଲ ହେବାପରେ ସୋସିଆଲ ମିଡିଆରେ ବାଦବିବାଦ ଆରମ୍ଭ ହୋଇଯାଉଛି। ଠିକ ସେହି ଭଳି କ୍ଷୀର ଲିଟର ପ୍ରତି ୧୦୦ ଟଙ୍କା ହେବାକୁ ନେଇ ଭାଇରାଲ ହୋଇଥିବା ଖବର ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଛି। ଟ୍ୱିଟର ୟୁଜର୍ସ ଏହି ଖବରକୁ ସାରା ଦେଶରେ ଟ୍ୟାଗିଙ୍ଗ କରୁଛନ୍ତି। ଏବେ ସୁଦ୍ଧା ଏହି ଖବରରେ ୫୪ ହାଜର ଟ୍ୱିଟ ହୋଇସାରିଛି। ଏକ ଖବରକାଗଜର ଏକ ଅଂଶ ଭାଇରାଲ ହୋଇଛି ଯେଉଁଥିରେ କ୍ଷୀର ଦାମ ବୃଦ୍ଧି ହେବା ଉଲ୍ଲେଖ ରହିଛି।

wp:embed {"url":"https://twitter.com/VikasRLYM/status/1365510789398884355","type":"rich","providerNameSlug":"twitter","responsive":true,"className":""}
https://twitter.com/VikasRLYM/status/1365510789398884355
/wp:embed

ଭାଇରାଲ ଖବରରେ ଲେଖାଯାଇଛି, ସିଂଘୁ ସୀମାରେ ଆନ୍ଦୋଳନରତ ସଂଯୁକ୍ତ କିଷାନ ମୋର୍ଚ୍ଚାର ପଦାଧିକାରୀମାନେ କ୍ଷୀର ଦାମ ବଢିବା କଥା କହିଛନ୍ତି। ଭାରତୀୟ କୃଷକ ସଂଘର ଜିଲ୍ଲା ପ୍ରଧାନ ମଲକିତ ସିଂହ କହିଛନ୍ତି ଯେ ମାର୍ଚ୍ଚ ୧ ତାରିଖରୁ କୃଷକ କ୍ଷୀର ଦାମ ବୃଦ୍ଧି କରିବେ। ଲିଟର ପ୍ରତି ୫୦ ଟଙ୍କାରେ ବିକ୍ରି ହେଉଥିବା କ୍ଷୀର ୧୦୦ ଟଙ୍କାରେ ବିକ୍ରି କରାଯିବ। ସେ କହିଛନ୍ତି କେନ୍ଦ୍ର ସରକାର ଡିଜେଲ ଦାମ ବୃଦ୍ଧି କରି କୃଷକଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି।

wp:embed {"url":"https://twitter.com/Gurpanthinsan/status/1365503880897830913","type":"rich","providerNameSlug":"twitter","responsive":true,"className":""}
https://twitter.com/Gurpanthinsan/status/1365503880897830913
/wp:embed

ପେଟ୍ରୋଲ-ଡିଜେଲ ଦାମ ସହ ଏକ ତାଲିକା ମଧ୍ୟ ସାମ୍ନାକୁ ଆସିଛି। ଏହି ତାଲିକାରେ ଇନ୍ଧନର ପ୍ରକୃତ ଦାମ ଓ ତା ଉପରେ କେତେ ଟଙ୍କା ଶୁଳ୍କ ଲାଗୁଚି ତାହା ଲେଖା ହୋଇଛି। ଠିକ ସେହିଭଳି ଭାଇରାଲ ହେଉଥିବା ପୋଷ୍ଟରେ ଏକ ଫଟୋ ଅଛି ଯେଉଁଥିରେ କ୍ଷୀରର ନୂଆ ଦାମ ଲେଖାଯାଇଛି। ଏହି ତାଲିକାରେ ଆଧାର ମୂଲ୍ୟ, ସବୁଜ ଚାରା ଦାମ, ଗୋବର ଟ୍ୟାକ୍ସ, ଶ୍ରମିକ ଚାର୍ଜ, କୃଷକ ଲାଭାଂଶ ଆଦି ସାମିଲ ଅଛି। ତେବେଏହି ମାମଲାରେ କୃଷକ ତରଫରୁ କୌଣସି ଅଫିସିଆଲ ବୟାନ ଆସିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.