ସୁରକ୍ଷାଦାତାଙ୍କୁ ଶକ୍ତି : ପୋଲିସ କର୍ମଚାରୀଙ୍କ ପରିବାରକୁ ମାଗଣାରେ କ୍ଷୀର ବାଣ୍ଟିଲେ ପ୍ରାଣୀଧନ ନିରୀକ୍ଷକ ଓ ଗୋପାଳକ

Published By : Prameya-News7 Bureau | March 27, 2020 IST

ଭଦ୍ରକ ୨୭।୩: ସାରା ବିଶ୍ବରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ମହାମାରୀ । ଏହାକୁ ନେଇ ଦେଶବ୍ୟାପି ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଭଦ୍ରକରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

{"id":244883,"sizeSlug":"large"}

ଏହି ସମୟରେ ପୋଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ କରୋନା ଦାଉରୁ କିଭଳି ଜନସାଧାରଣ ରକ୍ଷା ପାଇବେ ସେ ଦିଗରେ କାର୍ଯ୍ୟ କରୁଛନ୍ତି । ଯାହାଫଳରେ ତାଙ୍କ ପରିବାରଲୋକଙ୍କୁ ସମୟ ଦେଇପାରୁନାହାନ୍ତି କି ତାଙ୍କ ପରିବାରର ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାରେ ବି ସାହାଯ୍ୟ କରିପାରୁନାହାନ୍ତି ।

{"id":244884,"sizeSlug":"large"}

ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ ଓ ତାଙ୍କର ଜଣେ ଗୋପାଳକ ସାଥୀ ଅକ୍ଷୟ କୁମାର ବାରିକ ବନ୍ତ ଥାନା ଓ ଆଗରପଡା ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଘରେ ପହଞ୍ଚି ପ୍ରତି ପରିବାରଙ୍କୁ ୨ ଲିଟର ଦୁଗ୍ଧ ମାଗଣାରେ ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.